ଯୁବକଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ : ୨ ଗୁରୁତର, ୭ ଆହତ

ବୌଦ୍ଧ : ସକାଳ ସାଢ଼େ ୫ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ଥାନା ଜନ୍ହାପଙ୍କ ବାହାଲପୋଲ ନିକଟରେ ଶୌଚ ପାଇଁ ଯାଉଥିବା ଜଣେ ଯୁବକଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ । ଗାଡ଼ିଟି ଦୁର୍ଘଟଣାଗସ୍ତ ହେବାରୁ ୭ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ସୋରଡ଼ା ଅଞ୍ଚଳରୁ ଏକ ପିକ୍‌ଅପ୍‌ ଭ୍ୟାନ ଶ୍ରମିକଙ୍କୁ ନେଇ ସୋନପୁର ଅଞ୍ଚଳକୁ ବିଦ୍ୟୁତ୍ ଲାଇନ କାମ କରିବା ପାଇଁ ଯାଉଥିଲା । ଜନ୍ହାପଙ୍କ ନିକଟରେ ବାହାଲପୋଲ ଆଡ଼କୁ ଶୌଚ ପାଇଁ ଆସୁଥିବା ଜନ୍ହାପଙ୍କ ଗ୍ରାମର ଧନମାଳୀ ପ୍ରଧାନଙ୍କୁ ଧକ୍କା ଦେଇଥିଲା । ଧକ୍କା ହେବା ପରେ ଡ୍ରାଇଭର୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇ ଧାନ ବିଲକୁ ପଶି ଯାଇଥିଲା । ସ୍ଥାନୀୟ ଲୋକେ ୯ ଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତରଖାନାକୁ ପଠାଇଥିଲେ । ବାଟୋଇ ଧନମାଳୀ ଓ ଗାଡ଼ିରେ ଥିବା ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୭ ଜଣ ସାମାନ୍ୟ ଆହତ ହୋଇଛନ୍ତି ।

Leave A Reply

Your email address will not be published.