ଦନ୍ତା ଆକ୍ରମଣରେ ଜଣେ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଘେସ ରେଞ୍ଜ ଅଧିନସ୍ଥ ଖାଲିଆମୁଣ୍ଡ ଗ୍ରାମ ଅଞ୍ଚଳରେ ଆଜି ସକାଳେ ମହୁଲ ଫୁଲ ସଂଗ୍ରହ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ମାରି ଦେଇ ଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ ଖାଲିଆମୁଣ୍ଡା ଗ୍ରାମର ଲାଦୁ ବଢେଇ ସକାଳେ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ଦାନ୍ତ ହାତୀ ହଠାତ ଆଦି ଯିବାରୁ ଉକ୍ତ ସ୍ଥାନରୁ ସେ ଯାଇ ନ ପାରି ହାତୀ ଆକ୍ରମଣର ଶିକାର ହୋଇଥିଲେ । ଏହାସହ ଗୋଟିଏ ଗାଈକୁ ମଧ୍ୟ ଦଳି ଦେଇଛି ଦନ୍ତା । ସୂଚନ ପାଇବା ପରେ ବନ ବିଭାଗ ଉକ୍ତ ସ୍ଥାନକୁ ପହଁଚି ମୃତକଙ୍କ ଘର ଲୋକଙ୍କୁ ଭେଟିବା ସହ ସରକାରୀ ସହାୟତା ପାଇଁ ପ୍ରକ୍ରିୟା ଆରମ୍ଭ ସହ ମୃତକଙ୍କ ଶବକୁ ବ୍ୟବଛେଦ ପାଇଁ ପଠେଇଛନ୍ତି । ବନ ବିଭାଗ ସୂଚନା ଅନୁଯାୟୀ ଦୁଇଟି ହାତୀ କାଲି ବଲାଙ୍ଗୀର ପଟୁ ଆସି ଝାଞ୍ଜ ପାହାଡ଼ ଆଡକୁ ଯାଉଥିବା ବେଳେ ହଠାତ କୌଣସି କାରଣରୁ ଫେରି ଆସିଥିଲେ ଏବଂ ସକାଳୁ ଏହି ଘଟଣା ଘଟିଛି । ବନ ବିଭାଗ ହାତୀ ମାନଙ୍କୁ ଘଉଡେଇବା ପାଇଁ କାର୍ୟ୍ୟରତ ଥିବା ବେଳେ ହାତୀ ଚଲା ଅଞ୍ଚଳରେ ଥିବା ଗ୍ରାମବାସୀ ମାନଙ୍କୁ ସଚେତନ କରାଯାଉଥିବା ଘେଁସ ରେଞ୍ଜର ଗଜେନ୍ଦ୍ର ଏଣ୍ଡଜା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.