centurian jitm

ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା

ସମ୍ବଲପୁର : ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା । ସମ୍ବଲପୁର ଯୁଯୁମୁରା ବ୍ଲକ ନୂଆଁ ବରଙ୍ଗାମାଲ ଧଧୋଲୋମୁଣ୍ଡାରେ ଦନ୍ତା ଆତଙ୍କ । ସନ୍ତୋଷ ବଢାଇଙ୍କୁ କଚାଡି ମାରିଛି ଦନ୍ତା । ଖବର ଅନୁସାରେ ଯୁଯୁମୁରା ବ୍ଲକ ନୂଆଁ ବରଙ୍ଗାମାଲ ଧଧୋଲୋମୁଣ୍ଡାର ଗାଁ କୁନି ଡୁମରୀ ପାଖରେ ସନ୍ତୋଷ ବଢାଇଙ୍କୁ କଚାଡି ଦେଇଥିଲା ହାତୀ । ଯାହାପରେ ତୁରନ୍ତ ସନ୍ତୋଷଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ଘଟଣା ପରେ ବି ପୋଲିସ ଓ ବନ ବିଭାଗକୁ ଖବର ଦିଆଯାଇଥିଲା ।

Leave A Reply

Your email address will not be published.