csstore

ବେଲପଡା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ ଏବଂ ଡାକ୍ତରଖାନା ପରିଦର୍ଶନ

ବେଲପଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ ନବ ନିର୍ବାଚିତ ଅଧ୍ୟକ୍ଷା କୁମାରୀ ଟିନା କୁମ୍ଭାର ଏବଂ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା ଏବଂ ସଭ୍ୟମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଥିଲେ । ପରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକଟୋର ସୋରେନଙ୍କ ଅଧ୍ୟକ୍ଷତାରେ ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ଟିନା କୁମ୍ଭାରଙ୍କୁ ବ୍ଲକ କର୍ମଚାରୀ ସ୍ୱାଗତ ଜଣାଇଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମାଞ୍ଚଳର ବିକାଶ ତଥା ବେଲପଡା ପଞ୍ଚାୟତ ସମିତି ସାମୁହିକ ବିକାଶ ଏବଂ ଗ୍ରାମାଞ୍ଚଳରେ ଲୋକଙ୍କ ଅନେକ ସମସ୍ୟା ରହିଥିବା ବେଳେ ବ୍ଲକ ପ୍ରଶାସନର ସହଯୋଗ ଦ୍ୱାରା ବ୍ଲକ କିପରି ବିକାଶ ପଥରେ ଆଗେଇବ ସେ ଦିଗରେ ସମସ୍ତେ ଏକତ୍ରିତ ହୋଇ ଲୋକଙ୍କ ସେବା କରିବା ପାଇଁ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି ନୂତନ ବ୍ଲକ ଅଧ୍ୟକ୍ଷା କୁମାରୀ ଟିନା କୁମ୍ଭାର ମତବ୍ୟକ୍ତ କରିଥିଲେ । ପରେ ପରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟା ଓ କର୍ମୀମାନଙ୍କ ସହିତ ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ସ୍ଥାନୀୟ ଡାକ୍ତରଖାନାକୁ ପରିଦର୍ଶନ କରିବା ପାଇଁ ଯାଇଥିଲେ ।

jayashree
Leave A Reply

Your email address will not be published.