୮ ଦଫା ଦାବୀ ନେଇ ଗାଁ ସାଥୀ ସଂଘ ପକ୍ଷରୁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗାଁ ସାଥୀ ସଂଘ ପକ୍ଷରୁ ଆଜି ୮ ଦଫା ଦାବୀ ନେଇ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଗାଁ ସାଥୀଙ୍କ ଅଭିଯୋଗ ଅନୁସାରେ, ସରକାରଙ୍କ ପଂଚାୟତିରାଜ ବିଭାଗରୁ ଆସିଥିବା ଚିଠି ନଂ ୭୬୯୭, ତା.୨୯/୦୪/୨୦୨୧ ର ଆଦେଶ ଅନୁଯାୟୀ ଗାଁ ସାଥୀ ମାନଙ୍କୁ ସର୍ବନିମ୍ନ ବର୍ଷକୁ ୧୦୦ ଦିନ ଓ ମାସକୁ ୧୦ ଦିନରେ କାର୍ଯ୍ୟ ଯୋଗାଇ ଦିଆଯାଉ ମନରେଗା ଯୋଜନାରେ ହେଇଥିବା ପ୍ରତ୍ୟେକ କାର୍ଯ୍ୟରେ ଗାଁ ସାଥୀର ବିନା ଦସ୍ତଖତରେ ବିଲ ପେ କରିବା ବନ୍ଦ କରାଯାଉ, ମନରେଗା କାର୍ଯ୍ୟରେ ଠିକାଦାର ବନ୍ଦ କରାଯାଉ, ସମସ୍ତ ଗାଁ ସାଥୀ ମାନଙ୍କୁ ତାଲିମ ଓ ପରିଚୟ ପତ୍ର ପ୍ରଦାନ କରାଯାଉ, ଗାଁ ସାଥୀ ମାନଙ୍କର ବିଲ୍‌ ସମ୍ବନ୍ଧୀୟ କାର୍ଯ୍ୟ ଗୁଡିକ ସମ୍ପାଦନ କରିବାରେ ଅସୁବିଧା ହେଉଥିବାରୁ ବ୍ଲକ ପରିସରରେ ଗୋଟି କୋଠରୀ ପ୍ରଦାନ କରାଯାଉ, ଗାଁ ସାଥୀ ମାନଙ୍କର ଦୈନିକ ମଜୁରୀ ବକେୟା ଥିବା ପ୍ରାପ୍ୟ ଶୀଘ୍ର ପଇଠ କରାଯାଉ, ମନରେଗାରେ ହେଉଥିବା ବ୍ୟକ୍ତିଗତ ପ୍ରକଳ୍ପ ଯଥା ଜମି ମରାମତି, ମୋ ପୋଖରୀ ଓ ଗାଈ ଗୁହାଲରେ ଗାଁ ସାଥୀ ମାନଙ୍କୁ ନିୟୋଜିତ କରାଯାଉ, ଠେମରା ଗାଁରେ ଗାଁ ସାଥୀ ଶ୍ରୀମତୀ ଯଶୋବନ୍ତି ମହାନନ୍ଦଙ୍କୁ ନିଯୁକ୍ତି କରାଯାଉ ଆଦି ଦାବୀ ନେଇ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିରେ ଗାଁ ସାଥୀ ସଂଘର ବଙ୍ଗୋମୁଣ୍ଡା ବ୍ଲକ ସଭାପତି ରତନ ଦୀପ୍‌ଙ୍କ ନେତୃତ୍ୱରେ ମଙ୍ଗଲୁ ରଣା, ଶଶିଭୂଷଣ କେତକୀ, ସୁରଭି ନାଗ, ଯଶୋବନ୍ତି ମହାନନ୍ଦ, ରାଜେଶ ସୁନା, ଧର୍ମେନ୍ଦ୍ର ଭୋଇ, ପୁରୋହିତ ଜାଲ, ମନୋହର ପାୟାସିଂ, କ୍ଷୀରସିନ୍ଧୁ ନାଗ, ଦୀପକ ନାଗ, ଗଣେଶରାମ ସୁନା, ବୁଦ୍ଧିସାଗର ବେହେରା, ଗଦାଧର ଶିକା, ପାଣ୍ଡୃ ବାଗଙ୍କ ସମେତ ଶତାଧିକ ଗାଁ ସାଥୀ ମାନେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.