ଏପସିଲନ କାର୍ବନ କମ୍ପାନୀକୁ ଡିଏଫଓ, ତହସିଲଦାରଙ୍କ ସହାୟତାକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ମାନବ ଅଧିକାର କମିଶନକୁ ଦାବିପତ୍ର

ରାଉରକେଲା/ଝାରସୁଗୁଡା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ସଦର ବ୍ଲକ ଶ୍ରିପୁରା ଗ୍ରାମ ଫଚାୟତ ଠାରେ ଥିବା ଏପସିଲନ କାର୍ବନ କମ୍ପାନୀ ବେଆଇନ ଭାବେ ଜଙ୍ଗଳ ଜମିକୁ ଦଖଲ ରଖି ବ୍ୟବହାର କରୁଥିବା ଘଟଣା ଗ୍ରାମବାସୀ ବାରମ୍ବାର ଜିଲ୍ଲା ଝାରସୁଗୁଡା ଡିଏଫଓ ଏବଂ ତହସିଲଦାର କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ କମ୍ପାନୀକୁ ପରୋକ୍ଷରେ ସହାୟତା କରୁଥିବାରୁ ଶ୍ରିପୁରା ଗ୍ରାମବାସୀ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି ଓ ଜାତୀୟ ମାନବ ଅଧିକାର କମିଶନଙ୍କୁ ମଙ୍ଗଳବାର ପୂର୍ବାହ୍ନରେ ଦାବିପତ୍ର ପ୍ରଦାନ କରିଛନ୍ତି । ଶ୍ରିପୁରାବାସୀ ରାଷ୍ଟ୍ରପତି ଓ ଜାତୀୟ ମାନବ ଅଧିକାର କମିଶନକୁ ଦେଇଥିବା ଦାବିପତ୍ର ଅନୁଯାୟୀ ଗ୍ରାମରେ ଥିବା ଏପିସିଲନ କମ୍ପାନୀ ଖାତା ନମ୍ବର ୧୭୮, ପ୍ଲଟ ନମ୍ବର ୪୨୭କୁ ବେଆଇନ ଭାବେ ବ୍ୟବହାର କରୁଛି । ଏହା ସହିତ ଶ୍ରିପୁରା ଗ୍ରାମବାସୀ ଉକ୍ତ ଜଙ୍ଗଲ ଜମିରେ କେନ୍ଦ୍ର ସରକାରଙ୍କ ଯୋଜନା ଏକ ପେଡ ମା କେ ନାମରେ ହଜାର ହଜାର ଚାରା ରୋପଣ କରିଥିଲେ । କିନ୍ତୁ ସେତେବେଳେ ଝାରସୁଗୁଡା ତହସିଲଦାରଙ୍କ ଉପସ୍ଥିତିରେ ରୋପଣ କରାଯାଇଥିବା ଚାରା ଏବଂ ବ୍ୟାରିକେଟକୁ ହଟାଯାଇଥିଲା । ଏହି ଘଟଣାକୁ ବିରୋଧ କରି ଶ୍ରିପୁରା ଗ୍ରାମବାସୀ ତଥା ଗ୍ରାମ ପଂଚାୟତ ସରପଞ୍ଚ ଗତ ୨୦୨୫ ଅକ୍ଟୋବର ୧୩ ତାରିଖ ଦିନ ଝାରସୁଗୁଡା ଜିଲ୍ଲାପାଳଙ୍କୁ କମ୍ପାନୀ ଠାରୁ ଜଙ୍ଗଲ ଜମି ମୁକ୍ତି କରିବା ଏବଂ ଉକ୍ତ ଜଙ୍ଗଲ ଜମିରେ ବୃକ୍ଷରୋପଣ କରିବା ପାଇଁ ଦାବି କରିଥିଲେ । ଏହା ସହିତ ବିଭିନ୍ନ ସମୟରେ ଜିଲ୍ଲାପାଳ, ଡିଏଫଓଙ୍କୁ ମଧ୍ୟ ବହୁଥର ଜଙ୍ଗଲ ଜମି ପାଇଁ ଗ୍ରାମବାସୀ, ଜନ ପ୍ରତିନିଧିମାନେ ବାରମ୍ବାର ଦାବି କରିଥିଲେ । କିନ୍ତୁ ଡିଏଫଓ ଏବଂ ତହସିଲଦାର ଏହି ଘଟଣାର ତଦନ୍ତକାରୀ ଅଧିକାରୀ ହୋଇଥିବା ବେଳେ ସେମାନେ କେଉଁ ସ୍ୱାର୍ଥରେ କମ୍ପାନୀକୁ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ଏବଂ ତଦନ୍ତ ପ୍ରକ୍ରିୟା ବିଳମ୍ବ କରୁଛନ୍ତି, ସେନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଜାତ ହୋଇଥିଲା । ଫଳରେ ଗତ ଜାନୁୟାରୀ ୧୫ ତାରିଖ ଦିନ ଶ୍ରିପୁରା ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଯଶୋବନ୍ତୀ ପାଣ୍ଡେଙ୍କ ସଭାପତିତ୍ୱରେ ଏକ ଗ୍ରାମସଭା କରି ଉକ୍ତ ଜଙ୍ଗଲ ଜମିରେ ଏକ ପେଡ ମା କେ ନାମ ଯୋଜନାରେ ବୃକ୍ଷରୋପଣ କରି ପରିବେଶକୁ ସୁନ୍ଦର ସବୁଜ କରିବା ସହିତ ମାନବ ମଙ୍ଗଳ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ଏବଂ ଏ ବିଷୟରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇବା ପାଇଁ ଗ୍ରାମବାସୀ ଗ୍ରାମସଭାରେ ନିଷ୍ପତ୍ତି ନେଇଥିଲେ । ଏହା ସହିତ ଗତ ଜାନୁୟାରୀ ୧୯ ତାରିଖ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଶ୍ରିପୁରା ଗ୍ରାମର ଶତାଧିକ ମହିଳା ପୁରୁଷ ଏକଜୁଟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ନେଇ ଝାରସୁଗୁଡା ଡିଏଫ୍‌ଓ ଏବଂ ତହସିଲଦାରଙ୍କ ବିରୋଧରେ ବିକ୍ଷୋଭ କରିବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ଏହା ସହିତ ଗତ ଜାନୁୟାରୀ ୨୨ ତାରିଖ ଦିନ ଶ୍ରିପୁରା ଗ୍ରାମବାସୀ ଜଙ୍ଗଲ ଜମି ଏବଂ ବୃକ୍ଷ ଗୁଡିକର ସୁରକ୍ଷା କରିବା ପାଇଁ ଫେବୃଆରୀ ୨ ତାରିଖ ଦିନ ଗ୍ରାମବାସୀ ଏକଜୁଟ ହେବେ । ଏବଂ ଏହି ସମୟରେ ସୁରକ୍ଷା ପ୍ରଦାନ ପାଇଁ ବଡ଼ମାଳ ଆଇଆଇସି ଏବଂ ଝାରସୁଗୁଡା ଏସ୍‌ପିଙ୍କୁ ମଧ୍ୟ ଦାବିପତ୍ର ଜଣାଇଥିଲେ । ତେଣୁ ଆଜି ଶ୍ରିପୁରା ଗ୍ରାମବାସୀ ଝାରସୁଗୁଡା ଡିଏଫ୍‌ଓ ଓ ତହସିଲଦାର କାହିଁକି କମ୍ପାନୀକୁ ସୁରକ୍ଷା ପ୍ରଦାନ କରୁଛନ୍ତି ଏବଂ ତଦନ୍ତ କରିବାରେ ବିଳମ୍ବ କରୁଛନ୍ତି, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଜାତୀୟ ମାନବ ଅଧିକାର କମିଶନଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପଠାଇଛନ୍ତି । ଏହା ସହିତ ଫେବୃଆରୀ ୨ ତାରିଖ ଜଙ୍ଗଲ ଜମି ଓ ବୃକ୍ଷ ଗୁଡିକର ସୁରକ୍ଷା ସ ।ମୟ ରେ ଗ୍ରାମବାସୀଙ୍କୁ ପ୍ରଶାସନ ସୁରକ୍ଷା ଦେବାପାଇଁ ନିର୍ଦେଶ ଦେବାପାଇଁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଦାବିପତ୍ର ଦେବା ସମୟରେ ଶ୍ରିପୁରା ଗ୍ରାମର ଜିଲ୍ଲା ପରିଷଦ ସଦସ୍ୟ ଥିବା ଦିଗାମ୍ବର ଭୋଇ, ଶ୍ରିପୁରା ସରପଞ୍ଚ ଯଶୋବନ୍ତୀ ପାଣ୍ଡେ, ବିରଞ୍ଚି ମାଝୀ, ରୀନା ବାଗ, ମିନତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାରଙ୍କୁ ପଚାରିବାରୁ ଏହି ଘଟଣା ଜଙ୍ଗଲ ଜମି ଉପରେ ଥିବାରୁ ଏହାର ଉତ୍ତର ଡିଏଫ୍‌ଓ ଦେବେ ବୋଲି ପ୍ରକାଶ କରିଥିବା ଝାରସୁଗୁଡା ଡିଏଫ୍‌ଓ ଅଶୋକ ମନୁ ଭଟ୍ଟଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା । ଏନେଇ ଏପସିଲନ କମ୍ପାନୀର ପ୍ଲାଣ୍ଟ ହେଡ଼ ରାକେଶ ମୋହନଙ୍କୁ ପଚାରିବାରୁ ମତ ଦେବାକୁ ମନା କରିଥିଲେ ।

Leave A Reply

Your email address will not be published.