oom

ଭୂମିହୀନକୁ ଜମି ଦେବା ନେଇ ତହସିଲଦାରଙ୍କୁ ଦେଲେ ଦାବୀପତ୍ର

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ବରପାଲି ସହରରେ ବହୁ ପରିବାର ଭୂମିହୀନ ହୋଇ ରାସ୍ତା କଡ଼ମାନଙ୍କରେ ଝୁପୁଡି ମାରି ଦୀର୍ଘ ଦିନ ହେବ ପରିବାର ଧରି ଗରିବ ଭୂମିହୀନ ଲୋକମାନେ ଓଡିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଅଧିନିୟମ ୨୦୧୭ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଜାଗା ମିଶନ ଅନୁସାରେ ସହରର ୱାର୍ଡ ନଂ ୩ ଜଗନ୍ନାଥ ନଗର ଝୁପୁଡି ବସ୍ତି ବାସିନ୍ଦାଙ୍କୁ ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଯୋଗ୍ୟତା ପ୍ରମାଣ ପତ୍ର ସାର୍ଟିଫିକେଟ ଦିଆଯାଇଛି । ହେଲେ ଏହି ବସ୍ତିର ଲୋକେ ଆଜି ପର୍ଯ୍ୟନ୍ତ କୌଣସି ଘର ତିଆରି ପାଇଁ ଜମି ପାଇଁ ନାହାନ୍ତି ତେଣୁ କରି ତୁରନ୍ତ ଜାଗା ମିଶନ ଅନ୍ତର୍ଭୁକ୍ତ କରି ଜମି ପ୍ରଦାନ କରିବା ପାଇଁ ଆଜି ସହସ୍ର ମହିଳା ଓ ପୁରୁଷମାନେ ଆସି ସ୍ଥାନୀୟ ତହସିଲଦାର ରୁକ୍ମଣ ମେହେରଙ୍କୁ ଏକ ଦାବୀପତ୍ର ଦେବା ସାଙ୍ଗକୁ ଅତିଶୀଘ୍ର ଏହାର ସମାଧାନ କରାଯିବ ବୋଲି ତହସିଲଦାର ରୁକ୍ମଣ ମେହେର କହିଥିଲେ ।

jittmm
Leave A Reply

Your email address will not be published.