ଲୋଇସିଂହା, (କେପିଏନ୍ଏସ୍) : ଗତ ୨୦୧୯ ଏପ୍ରିଲରୁ ଓଡ଼ିଶାର ୪୦୦୦ କମ୍ପ୍ୟୁଟର ଶିକ୍ଷକଙ୍କୁ ରାଜ୍ୟ ସରକାର ଛଟେଇ କରିଛନ୍ତି । ଫଳରେ ଏହି ଶିକ୍ଷକମାନେ ଅତି ଦୟନୀୟ ଭାବେ ଜୀବନ ଯାପନ କରୁଛନ୍ତି । ସରକାରଙ୍କ ଏହି ବୈମାତୃକ ମନୋଭାବର ଅତିଷ୍ଠ ହୋଇ କମ୍ପ୍ୟୁଟର ଶିକ୍ଷକ ସଂଘ ଗତ ମଇ ମାସରେ ଉଚ୍ଚ ନ୍ୟାୟାଳୟରେ ଏକ ରିଟ ପିଟିସନ ଦାଖଲ କରିଥିଲା । ଯାହାକୁ ତର୍ଜମା କରିବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରାଜ୍ୟ ସଂଘ ସପକ୍ଷରେ ରାୟ ଦେବା ସହିତ ୩ ମାସ ମଧ୍ୟରେ ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିବାରୁ ଛଟେଇ ହୋଇଥିବା ଶିକ୍ଷକଙ୍କ ମନରେ ପୁଣି ଚାକିରୀ ଫେରି ପାଇବା ପାଇଁ ଆଶା ସଞ୍ଚାର ହୋଇଥିଲା । ଏହି ଅବସରରେ ସେମାନଙ୍କୁ ପୁନଃ ଥଇଥାନ କରିବା ପାଇଁ ଜିଲ୍ଲା ସଂଘର ସଭାପତି ଜ୍ୟୋତିର୍ମୟ ମିଶ୍ରଙ୍କ ନେତୃତ୍ୱରେ ଶିକ୍ଷା ସଚିବଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।