csstore

ବାଲୁକା କଳା ମାଧ୍ୟମରେ କ୍ୟାନସର ହସ୍‌ପିଟାଲ୍‌ ପ୍ରତିଷ୍ଠା ପାଇଁ ଦାବୀ ଜଣାଇଲେ ଶିଳ୍ପୀ

ଭେଡେନ, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମୟରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ହେଲେ କ୍ୟାନସର ହସପିଟାଲ ଆଖପାଖରେ ନାହିଁ । ତେବେ ଚିକିତ୍ସା ପାଇଁ ଦୂର ସ୍ଥାନକୁ ଯିବା କ୍ଷେତ୍ରରେ ଜଣେ ଗରିବ କ୍ୟାନ୍‌ସର ରୋଗୀ ପାଇଁ କଷ୍ଟସାଧ୍ୟ ହେଉଛି । ଯାହା ପାଖରେ ପଇସା ଅଛି ତ’ ସେ ବାହାରକୁ ଭଲ ଚିକିତ୍ସା ପାଇଁ ଯାଇପାରୁଛି । କିନ୍ତୁ ଗରିବ ଲୋକେ ଖୁବ୍‌ ହଇରାଣ ହେଉଛନ୍ତି । ତେବେ ସରକାରଙ୍କ ପାଖରେ ଅନେକ ଲୋକ ବରଗଡରେ ଏକ କ୍ୟାନସର ହସ୍‌ପିଟାଲ ପ୍ରତିଷ୍ଠା ପାଇଁ ପାଇଁ ଦାବୀ ଜଣାଉଛନ୍ତି, ହେଲେ ସରକାର ଏମାନଙ୍କ ଗୁହାରୀ ଶୁଣୁନଥିବା ବେଳେ ପଶ୍ଚିମ ଓଡିଶାର ଯୁବ ଏବଂ ଉଦୟମାନ ବାଲୁକା ଶିଳ୍ପୀ କାର୍ତ୍ତିକ ନାଏକ ଦନ୍ତା ନଦୀ କୂଳରେ ବରଗଡରେ ଏକ କ୍ୟାନସର ହସ୍‌ପିଟାଲ୍‌ ପ୍ରତିଷ୍ଠା ପାଇଁ ବାଲୁକା କଳା ମାଧ୍ୟମରେ ସରକାରଙ୍କ ପାଖକୁ ଦାବୀ ପହଂଚାଇବା ପାଇଁ ଚେଷ୍ଟା କରିଛନ୍ତି ।

jayashree
Leave A Reply

Your email address will not be published.