oum

ଫୁଲବାଣୀ ସହରରେ ବିଶ୍ୱ ସାଇକେଲ ଦିବସ ପାଳିତ

jsm

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଫୁଲବାଣୀ ସହରର ସ୍ଥାନୀୟ ମାଦିକୁନ୍ଦ ଛକଠାରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ବାଇସାଇକେଲ ଦିବସ ଗତକାଲି ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବରେ ଡେପୁଟି- ଜ଼ିଲ୍ଲାପାଳ ବୁନା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁର, ଶାରୀରିକ ପ୍ରଶିକ୍ଷଣ ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ, ଶିକ୍ଷକ ରାଜ କିଶୋର ସ୍ୱାଇଁ ରାକେଶ ବିଶ୍ୱାଳ, ପ୍ରଦୀପ କୁମାର ସାହୁ, ପ୍ରଶାନ୍ତ କୁମାର ଦାଶ, ଲଷ୍ମୀପ୍ରିୟା ରଥ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଲକର ପ୍ରତ୍ୟେକ ହାଇସ୍କୁଲର ଛାତ୍ର ଛାତ୍ରୀ, ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ ଏବଂ ଯୁବକ ସଂଘର ଭାଇ ଓ ଭଉଣୀମାନେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ବୁନା ପ୍ରଧାନ ପତାକା ଦେଖାଇ ସାଇକେଲ ରାଲିର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ସାଇକେଲ ରାଲି ମାଦିକୁନ୍ଦା ଛକରୁ ବାହାରି ସହର ପରିଭ୍ରମଣ କରି ରିଜର୍ଭ ପୋଲିସ ପଡ଼ିଆଠାରେ ସମାପ୍ତ କରିଥିଲେ ।

Leave A Reply

Your email address will not be published.