କୁଷ୍ଠାଶ୍ରମରେ ଖ୍ରୀଷ୍ଟମାସ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଜମୁର୍ଡା କୁଷ୍ଠାଶ୍ରମଠାରେ ରନ୍ ଫର ଖ୍ରୀଷ୍ଟ ପକ୍ଷରୁ ଖ୍ରୀଷ୍ଟମାସ ପାଳିତ ହୋଇଯାଇଛି । ମୁଖ୍ୟ ବକ୍ତା ଭାବେ ବରଗଡ଼ ସ୍ଥିତ ବେଥେସଦା ପ୍ରେୟାର ମିନିଷ୍ଟ୍ରି ଫାଉଣ୍ଡେସନ ଓ ଚ୍ୟାରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକ ଆଚାର୍ଯ୍ୟ ଡ଼ଃ ସୁକାନ୍ତ କୁମାର ବାଗ ଯୋଗଦେଇ ପ୍ରଭୁ ଯୀଶୁଙ୍କ ଜନ୍ମ ଓ ତାଙ୍କ ଆଲୌକିକ କାର୍ଯ୍ୟ, ଆର୍ଶୀବାଦ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଷ୍ଟର ରମେଶ ନନ୍ଦ, ସୁଶ୍ରୀ କାଜଲ, ଅମନ ଓ ଯୁବ ସଂଗଠନ ରନ୍ ଫର୍‌ ଖ୍ରୀଷ୍ଟର ସମସ୍ତ ସଭ୍ୟ ସଭ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଗୁଡିକ ପରିଚାଳନା କରିଥିଲେ ।

Leave A Reply

Your email address will not be published.