oom

ବରଗାଁ ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମହୁଲପଡା ବିଜୟୀ

jsmm

ସଇଁନ୍ତଳା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ବରଗାଁ ଖେଳପଡ଼ିଆ ଠାରେ ଆଜି ଫାଇନାଲ ମ୍ୟାଚରେ ମହୁଲପଡା ଓ ଧରପଗଡ ଦଳ ମଧ୍ୟରେ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା । ତେବେ ଧରପଗଡ଼କୁ ହରାଇ ମହୁଲପଡା ଦଳ ବିଜୟୀ ହୋଇଥିଲା । ଏହି ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ, ସମ୍ମାନିତ ଅତିଥି ଭାବେ ସଇଁନ୍ତଳା କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ସୁବ୍ରତ ବେହେରା, ତପିଧର କୁମ୍ଭାର, ନାଏବ ସରପଞ୍ଚ ନିରଞ୍ଜନ କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବିଜୟୀ ଦଳକୁ ଟ୍ରଫି ସହିତ ୧୦ହଜାର ଟଙ୍କା ରାଶି ପ୍ରଦାନ କରିଥିଲେ । ଅମ୍ପିଆର ଭାବେ ନିରନ ରଞ୍ଜନ ଭୋଇ ଓ ଜୁଳୁ ପାଣିଗ୍ରାହୀ ସହଯୋଗ କରିଥିଲେ । କମିଟିର ଲୁକୁନ, ଟୁକୁନ, ସସି, ନିରନ, ଜୁଳୁ, ପ୍ରଦୀପ, ରାହୁଲ, ଉମା, କ୍ଷୀର, ବାପୁନ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.