୪ର୍ଥ ମାଁ କନ୍ଧେନବୁଢ଼ୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ଚାଟିପଦରକୁ ହରାଇ ଟାଇଟଲ ଜିତିଲା ଥାଳବନ୍ଧ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ରୁଗୁଡିପାଲି ଗାଁରେ ଚାଲିଥିବା ୪ର୍ଥ ମାଁ କନ୍ଧେନବୁଢ଼ୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ଖେଳ ଚାଟିପଦର ଓ ଥାଳବନ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଚାଟିପଦରକୁ ହରାଇ ଥାଳବନ୍ଧ ଦଳ ଚମ୍ପିୟାନ ହୋଇ ଟାଇଟଲ ହାସଲ କରିଛି । ଏହି ଅବସରରେ ବିଜେଡି ନେତା ଅର୍କେଶ ନାରାୟଣ ସିଂଦେଓ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଜେତା ଦଳକୁ ପୁରସ୍କାର ବିତରଣ କରିଥିଲେ ।

Leave A Reply

Your email address will not be published.