om academy

ଗାନ୍ଧୀ ଷ୍ଟାଡିୟମରେ ଆରମ୍ଭ ହେଲା କୁଚ୍ ବେହାର ଟ୍ରଫି ଅଣ୍ଡର-୧୯ କ୍ରିକେଟ

jsm
  • ଓଡିଶା ବନାମ ଛତିଶଗଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଓଡିଶା କ୍ରିକେଟ୍‌ ଆସୋସିଏସନ୍ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଓଡିଶା ବନାମ ଛତିଶଗଡ କୁଚ୍‌ ବେହାର ଟ୍ରଫି କ୍ରିକେଟ ଉଦ୍‌ଘାଟିତ ହୋଇଯାଇଛି । ଆଜି ଟସ୍ ଜିଣି ପ୍ରଥମେ ଛତିଶଗଡ ଦଳ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ୱାକେଟ ବିନିମୟରେ ୩୪୫ ରନ୍ ସଂଗ୍ରହ କରିଥିଲେ । ଛତିଶଗଡ ଦଳ ପକ୍ଷରୁ ଆଶିଷ କୁମାର ସର୍ବାଧିକ ୧୨୫ ରନ୍‌, ଉପେନ୍ଦ୍ର ଯାଦବ ୩୪ ରନ୍, ସାହିଲ ରଜତ ୬୬ ରନ୍ ଓ ବିକଳ୍ପ ତିୱାରି ଅପରାଜିତ ୮୪ ରନ୍ ସଂଗ୍ରହ କରିଛନ୍ତି । ଓଡିଶା ଦଳ ତରଫରୁ ସଫଳ ବୋଲର ଭାବରେ ସୌଭାଗ୍ୟ ଓଝା ସର୍ବାଧିକ ୩ ଗୋଟି ୱିକେଟ ନେଇଥିବା ବେଳେ ସିରାଜ ପଟ୍ଟନାୟକ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଲମ୍ବୋଧର ଧରୁଆ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରୋଜେକ୍ଟ ଡାଇରେକ୍ଟର ଡି.ଆର.ଡି.ଏ. ବଲାଙ୍ଗିର ସୁଶାନ୍ତ ସିଂ, ପୂର୍ବତନ କ୍ରିକେଟ ଖେଳାଳି ତଥା ଅଭିଜ୍ଞ ଆଇନଜୀବୀ ରମେଶ ଚନ୍ଦ୍ର ପୁରୋହିତ ଓ ଶିକ୍ଷାବିତ୍ ତଥା ପୂର୍ବତନ ଖେଳାଳି ଦେବେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି ଉଭୟ ଦଳ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ୪ ଦିନିଆ ଫର୍ମେଟ ବିଶିଷ୍ଟ ଟେଷ୍ଟ ମ୍ୟାଚ ତା.୧୫ ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ପର୍ବରେ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, କ୍ରୀଡା ସଂପାଦକ ବିଭୁତି ପଣ୍ଡା, କାଉନସିଲ ସଭ୍ୟ ଜୟରାମ ମିଶ୍ର, ରବିନ୍ଦ୍ର ମିଶ୍ର, ରାଜେନ୍ଦ୍ର ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.