oum

ଜିଲ୍ଲାରେ ପଞ୍ଚାୟତ ସ୍ତରରେ କୋଭିଡ ଟୀକାକରଣ ଆରମ୍ଭ

jsm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାରେ ଆଜି ପଞ୍ଚାୟତ ସ୍ତରୀୟ ବରିଷ୍ଠ ନଗରିକଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଉପାନ୍ତ ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଟୀକାକରଣ ଶୁଭାରମ୍ଭ ହୋଇଛି । ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସର ପଧାନ ଏବଂ ଭୁକ୍ତା ରୋଗୀ କଲ୍ୟାଣ ସମିତିର ସଭ୍ୟ ସୋମନାଥ ବେହେରା ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏହି କେନ୍ଦ୍ରରେ ଦିନକୁ ଶହେ ଜଣ ବରିଷ୍ଠ ନାଗରିକଙ୍କୁ ଟୀକାକରଣ କରାଯିବ । ଏଥିରେ ୭ଟି ପଞ୍ଚାୟତ ଲଖନପୁର, କର୍ଲା, ଖୋଲ, ଉତ୍ତମ, ବୁଙ୍ଗାପାଲି, ଡୁଙ୍ଗରୀ, ବାଞ୍ଜିପାଲିର ବରିଷ୍ଠ ନାଗରିକ ମାନେ ଉପକୃତ ହୋଇପାରିବେ । ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଦାଶ, ଡାକ୍ତର ନମିତା ମିଶ୍ର, ନନ୍ଦିନୀ ସୁନା, ରୋହିତ ସାହୁ, ଶରତ କୁମାର ସ୍ବାଇଁ, ସଂପ୍ରତା ପଧାନ, ଅଙ୍ଗନବାଡି ଓ ଆଶା କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.