ରାଜ୍ୟରେ ଆଜିଠୁ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି ଟୀକାକରଣ : ଟୀକା ନେଲେ ଜିଲ୍ଲାପାଳ ଓ ଏସପି

ଗଞ୍ଜାମ : ରାଜ୍ୟରେ ଆଜିଠୁ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି ଟିକାକରଣ । ତେବେ ଗଞ୍ଜାମରେ ଦ୍ୱିତୀୟ ପର୍ୟ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଆଜି ଟିକା ନେଇଛନ୍ତି ଜିଲ୍ଲାପାଳ ଓ ଏସପି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଏସପି ବ୍ରିଜେସ ରାୟ ଛତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ନେଇଛନ୍ତି । ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି, ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ । ନିର୍ଦ୍ଧାରିତ ଲକ୍ଷ୍ୟ ଅନୁସାରେ ପଞ୍ଜିକୃତ ସମସ୍ତ କର୍ମଚାରୀ ଟିକା ନେବେ । ରାଜ୍ୟରେ ପୋଲିସ ଅଧିକାରୀ ଓ କର୍ମଚାରୀ ନେବେ କରୋନା ଟୀକା । ଟୀକା ନେବା ପରେ ଫୋଟ ସୋସିଆଲ୍ ମିଡିଆରେ ଅପଲୋଡ୍ କରିବା ପାଇଁ କୁହାଯାଇଛି । ଏହାଦ୍ୱାରା ସାଧାରଣ ଲୋକ ଅଧିକ ସଚେତନ ହେବେ ଓ ସେମାନଙ୍କ ମନରୁ ଭୟ ଦୂର ହେବ । ଆଜିଠାରୁ ଗୃହ, ନଗର ଉନ୍ନୟନ, ରାଜସ୍ୱ ବିଭାଗର ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave A Reply

Your email address will not be published.