oom

ବଲାଙ୍ଗିର ଜିଲ୍ଲାରେ ଆଜି ୫୨ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରେ ୬

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରେ ୬ ଜଣ ସଂକ୍ରମିତ ହୋଇଥିବା ବେଳେ ୱାର୍ଡ ନଂ.୨, ୬, ୧୮, ୧୯, ୨୦ ଓ ୨୧ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ବ୍ଲକ୍‌ ଶିବତଲା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୩, ଚାନ୍ଦୋତରା ଗ୍ରା.ପ.ରୁ ୧, ଗନ୍ଧର୍ଲା ଗ୍ରା.ପ.ରୁ ୧, ଝଲପ ଗ୍ରା.ପ.ରୁ ୧, ମୁଣ୍ଡପଦର୍‌ ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ନୂଆପଡ଼ା ଗ୍ରା.ପ.ରୁ ୧, ଗୁଡ଼ଭେଲା ଗ୍ରା.ପ.ରୁ ୧, ସମରା ଗ୍ରା.ପ.ରୁ ୧, ଘୁନା ଗ୍ରା.ପ.ରୁ ୧ ଓ ମାଢେ଼କେଲା ଗ୍ରା.ପ.ରୁ ୧ ଜଣ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୬ରୁ ୧, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ଲଖନା, ଟୁପାଉଡ଼ାର, ଗୋଇମୁଣ୍ଡା, ମୁରିବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ବ୍ଲକ୍‌ ବଥର୍ଲା ଗ୍ରା.ପ.ରୁ ୧, ଭଇଁଷା ଗ୍ରା.ପ.ରୁ ୩, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୦ରୁ ୨, ପୁଇଁନ୍ତଲା ବ୍ଲକ୍‌ ବନ୍ଧପଡ଼ା ଗ୍ରା.ପ.ରୁ ୪, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୧, କନ୍ଧକେଲଗାଁ ଗ୍ରା.ପ.ରୁ ୧, ବୁଢ଼ାବାହାଲ ଗ୍ରା.ପ.ରୁ ୩, ଆମ୍‌ପାଲି ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ବିନେକେଲା ଗ୍ରା.ପ.ରୁ ୩, କୁରସୁଡ଼ ଗ୍ରା.ପ.ରୁ ୧, ଭାଲେଗାଁ ଗ୍ରା.ପ.ରୁ ୧, ଦିଗ୍‌ଶିରା ଗ୍ରା.ପ.ରୁ ୧, ବାନ୍ଧୁପଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୪ରୁ ୩ ଓ ୬ରୁ ୧, ତୁରେକେଲା ବ୍ଲକ୍‌ ହିଆଲ ଗ୍ରା.ପ.ରୁ ୧ ଏବଂ କନ୍ଧେଇ ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ଏବେ ମାତ୍ର ୫୪୬ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଛନ୍ତି ।

jittmm
Leave A Reply

Your email address will not be published.