centurian jitm

ବଲାଙ୍ଗିର ଜିଲ୍ଲାରେ ଆଜି ୪୪ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରେ ୫

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୫ ଜଣ ସଂକ୍ରମିତ ହୋଇଥିବା ସରକାରୀ ସ୍ତରରେ ସୂଚନା ଦିଆଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ୧, ୫ରୁ ୧, ୧୮ରୁ ୧, ୧୯ରୁ ୧ ଏବଂ ୨୦ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ବୁଦୁଲା ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଚୁଡ଼ାପାଲି ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ବାହାବଲ ଗ୍ରା.ପ.ରୁ ୧, ବେଲପଡ଼ା ଗ୍ରା.ପ.ରୁ ୧, ଡୁଙ୍ଗୁରିପାଲି ଗ୍ରା.ପ.ରୁ ୨, କପାଣି ଗ୍ରା.ପ.ରୁ ୧, ନୁନ୍‌ହାଡ଼ ଗ୍ରା.ପ.ରୁ ୩, ସରମୁହାଣ ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ଧଣ୍ଡାମାଲ ଗ୍ରା.ପ.ରୁ ୧, ସିକୁଆଁ ଗ୍ରା.ପ.ରୁ ୨, ଗୁଡ଼ଭେଲା ଗ୍ରା.ପ.ରୁ ଗୁଡ଼ଭେଲା ଗ୍ରା.ପ.ରୁ ୧, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୫, ଲାଠୋର ଗ୍ରା.ପ.ରୁ ୧, ମହରାପଦର ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ଉପରବାହାଲ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଖୁଟ୍‌ସମଲେଇ ଗ୍ରା.ପ.ରୁ ୧, ତେଣ୍ଡାପଦର ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ.୫ରୁ ୧, ୭ରୁ ୧, ସଇଁନ୍ତଲା ବ୍ଲକ୍‌ ସଇଁନ୍ତଲା ଗ୍ରା.ପ.ରୁ ୧, ବେଲଗାଁ ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ଭାଲେଗାଁ ଗ୍ରା.ପ.ରୁ ୧, ଖୋଲାନ ଗ୍ରା.ପ.ରୁ ୧, ଘୋଡ଼ାର ଗ୍ରା.ପ.ରୁ ୧ ଓ ନାରେନ ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୮ରୁ ୧ ଓ ୧୪ରୁ ୧, ତୁରେକେଲା ବ୍ଲକ୍‌ ଧାମନଡଙ୍ଗା ଗ୍ରା.ପ.ରୁ ୨ ଓ ଗଡ଼ଗଡ଼ବାହାଲ ଗ୍ରା.ପ.ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ଏବେ ୬୬୧ ଜଣ କରୋନା ଏକ୍‌ଟିଭ୍‌ ସଂକ୍ରମିତ ରହିଥିବା ସୂଚନାରେ କୁହାଯାଇଛି । ତେବେ ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬୪୦୪ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୫୭୧୩ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.