ଆଜି ବଲାଙ୍ଗିର ଜିଲ୍ଲାରେ ୩୯ ଜଣ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୨୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୩୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୪ ଜଣ କରୋନା ପଜିଟିଭ୍‌ ବାହାରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ଏଡ଼ିବି ବ୍ୟାଙ୍କରୁ ୧, କନ୍ଧପାଲିପଡ଼ାରୁ ୨, ବରପାଲିପଡ଼ାରୁ ୧, ସୁଦପଡ଼ାରୁ ୬, ଶାସ୍ତ୍ରୀନଗରରୁ ୧, ଇନ୍ଦିରାନଗରରୁ ୧, ତୁଳସୀନଗରରୁ ୧, ତାଲପାଲିପଡ଼ାରୁ ୪, ସତ୍ୟନାରାୟଣପଡ଼ାରୁ ୨, ପେଲେସ୍‌ ଲାଇନ୍‌ରୁ ୧, ଏଲ୍‌ଆଇସି ଅଫିସରୁ ୧, ଗାନ୍ଧୀନଗରପଡ଼ାରୁ ୨ ଓ ରାମେଶ୍ୱରନଗରରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଗ୍ରାମାଂଚଳରୁ ଟିଟିଲାଗଡ଼ ମ୍ୟୁନିସିପାଲିଟିର ବେଙ୍କ ଛକରୁ ୧, ଟିଟିଲାଗଡ଼ରୁ ୧, କଟକିଆପଡ଼ାରୁ ୧, ଟିଟିଡୁଙ୍ଗୁରିପଡ଼ାରୁ ୧, ସ୍ୱାଧୀନପଡ଼ାରୁ ୧, ହିନ୍ଦୀ ହାଇସ୍କୁଲପଡ଼ାରୁ ୩, ୟୁକୋ ବ୍ୟାଙ୍କ ପାଖରୁ ୧, ହାଟପଦାପଡ଼ାରୁ ୧, ବଲାଙ୍ଗିର ବ୍ଲକ ସଦେଇପାଲିରୁ ୧, ଲୋଇସିଂହାରୁ ୧, ପୁଇଁନ୍ତଲାରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଜଣେ ମହିଳା କୋଭିଡ଼ ଯୋଦ୍ଧା କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରୁ ୧୯୦୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୪୪୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୪୫୩ ଜଣ ଏକ୍‌ଟିଭ୍‌ ରହିଥିବା ସୂଚନାରେ କୁହାଯାଇଛି । ୫ ଜଣଙ୍କ କରୋନା ଯୋଗୁଁ ମୃତ୍ୟୁବରଣ ହୋଇଛି ।

Leave A Reply

Your email address will not be published.