ଅଣାୟତ୍ତ କରୋନା ସଂକ୍ରମଣ : ବଲାଙ୍ଗିର ଜିଲ୍ଲାରେ ଆଜି ୪୩ ଚିହ୍ନଟ

ବଲାଙ୍ଗିର, (କେପିଏନ୍ଏସ୍) : ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ । ବଲାଙ୍ଗିର ଜିଲ୍ଲାରେ ଆଜି ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଆଜି ୯ ଜଣ ମହିଳା ରହିଛନ୍ତି । ଆଜି ବଲାଙ୍ଗିର ପୌରାଂଚଳର ୨୨ ଜଣ ରହିଥିବା ବେଳେ ଜଣେ ପୁରୁଷ ଓ ଦୁଇ ଜଣ ମହିଳା କୋଭିଡ ଯୋଦ୍ଧା ମଧ୍ୟ ସାମିଲ୍ ଅଛନ୍ତି । ତେବେ ଗ୍ରାମାଂଚଳରୁ ମାଧିଆପାଲିରୁ ୨, ପୁଇଁନ୍ତଲା ବ୍ଲକ୍ ତଣ୍ଡାମୁଣ୍ଡାରୁ ୧, ପୁଇଁନ୍ତଲାରୁ ୧, ପୁଇଁନ୍ତଲା ବ୍ଲକ୍ ଲୁକାପଡ଼ାରୁ ୧, ପାଟଣାଗଡ଼ରୁ ୧, ଆଗଲପୁରରୁ ୫, ଆଗଲପୁର ବ୍ଲକ୍ର ତେଲେନପାଲିରୁ ୧, ଲୋଇସିଂହା ବ୍ଲକ୍ ଜିଏସ୍ ଡୁଙ୍ଗୁରିପାଲିରୁ ୨, ଗୁଡ଼ଭେଲା ବ୍ଲକ୍ କୁରେଭନାରୁ ୧ ସଂକ୍ରମିତ ହୋଇଛନ୍ତି । ସେହିପରି ସହରର ତାଲପାଲିପଡ଼ାରୁ ୪, ଜେଲ କଲୋନୀରୁ ୨, ବ୍ରାହ୍ମଣପଡ଼ାରୁ ୨, ମାଲପଡ଼ାରୁ ୪, ଲକ୍ଷ୍ମୀନଗରରୁ ୨, ଚିମିନିଭାଟିରୁ ୪, ସାଗରପଡ଼ାରୁ ୧, ବିଭୂତିପଡ଼ାରୁ ୧, ଶାନ୍ତିପଡ଼ାରୁ ୧, କଲେଜଛକରୁ ୧ ଆକ୍ରାନ୍ତ ହୋଇଛନ୍ତି । ସରକାରୀ ରିପୋର୍ଟରେ ଦିଆଯାଇଥିବା ସୂଚନାରେ ସୋନପୁର ଜିଲ୍ଲା ତରଭାର ଜଣେ ଏବଂ କଳାହାଣ୍ଡି ଜିଲ୍ଲାର ବଡଡୁଙ୍ଗୁରିଗୁଡ଼ାର ଜଣେ ମଧ୍ୟ ସାମିଲ୍ ରହିଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିରରେ ପୋଜିଟିଭ ସଂଖ୍ୟା ୬୩୧ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୯୯ ଜଣ ସୁସ୍ଥ ହୋଇ ସାରିଛନ୍ତି । ୨୩୨ ଜଣ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.