ବଲାଙ୍ଗିର ଜିଲ୍ଲାରେ କମୁଛି ସଂକ୍ରମଣ : ଆଜି ମାତ୍ର ୩ ଜଣ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶରେ ତଥା ଓଡ଼ିଶାରେ ଯେଭଳି କରୋନା ସଂକ୍ରମଣ କମିବାରେ ଲାଗିଛି, ସେଭଳି ବଲାଙ୍ଗିର ଜିଲ୍ଲାରେ ମଧ୍ୟ ସଂକ୍ରମଣ କମିଥିବା ଲକ୍ଷ୍ୟ କରାଯାଉଛି । ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୮୭୨୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୫୫୭ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ଆଉ ୧୩୦ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଅନ୍ୟପକ୍ଷରେ ଆଜି ମାତ୍ର ୩ ଜଣ ସଂକମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତୁଷୁରା ଏନ୍‌ଏସି ୱାର୍ଡ ନଂ.୫ରୁ ଜଣେ, ତୁରେକେଲା ବ୍ଲକ ତୁରେକେଲା ଗ୍ରା.ପ.ରୁ ଜଣେ ଏବଂ ଦେଓଗାଁ ବ୍ଲକ ସିକୁଆଁ ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.