ତରଭା ବ୍ଳକ ଅ‌ଞ୍ଚଳରେ ଦୀର୍ଘ ୧୮ ଦିନ ହେଲା କୋରୋନା ଚିହ୍ନଟ ହୋଇନାହାନ୍ତି

ତରଭା, (ଜିତେନ୍ଦ୍ର ସା) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ ଦୀର୍ଘ ୧୮ ଦିନ ହେଲା କୋରୋନା ଚିହ୍ନଟ ହୋଇନାହାନ୍ତି । ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡା. ଦିଲ୍ଲୀପ କୁମାର ପଣ୍ଡା । ବ୍ଲକ ପ୍ରଶାସନ ଗାଁ ଗାଁ ବୁଲି କୋରୋନାର ସତର୍କ ସୂଚନା ଦେଉଥିବାର ସୂଚନା ମିଳୁଛି । ଗତ ୩ ଦିନ ହେଲା କୋଭିଡ ଟିକା କରଣ କରାଗଲାଣି । ପ୍ରଥମେ କୋରୋନା ଯୋଦ୍ଧାଙ୍କୁ ତାପରେ ୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଦିଆଯିବ ବୋଲି ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ମିଳୁଛି ।

Leave A Reply

Your email address will not be published.