ବଲାଙ୍ଗିର ଜିଲ୍ଲାରେ ଆଜି ୨୨ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ : ବଲାଙ୍ଗିର ପୌରାଂଚଳରୁ ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨, ୧୧, ୧୪, ୧୭ ଓ ୧୮ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ୍‌ କାନୁଟ୍‌ ଓ ତେନ୍ତେଲମୁଣ୍ଡା ଗ୍ରା.ପ.ରୁ ଜଣେ ଲେଖାଏଁ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୨ରୁ ଜଣେ, ଖପ୍ରାଖୋଲ ବ୍ଲକ୍‌ ବେନ୍ଦେର ଗ୍ରା.ପ.ରୁ ୨ ଜଣ, ଲୋଇସିଂହା ବ୍ଲକ୍‌ ବୁଢ଼ୀପଦର ଓ ଲୋଇସିଂହା ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ବ୍ଲକ୍‌ ମରୁଆଁ ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ବ୍ଲକ୍‌ ଖୋଲାନ୍‌ ଓ କୁରସୁଡ଼୍‌ ଗ୍ରା.ପ.ରୁ ଜଣେ ଲେଖାଏଁ, ତୁରେକେଲା ବ୍ଲକ୍‌ ଘୁନେଷ ଗ୍ରା.ପ.ରୁ ୨ ଜଣ ଓ ମହୁଲପାଟିରୁ ୪ ଜଣ ସଂକ୍ରମିତ ହୋଇଥିବା ଖବରରେ କୁହାଯାଇଛି । ଏବେ ଜିଲ୍ଲାରେ ୧୦୯ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.

error: Content is protected !!