ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ ବାବୁଫାସଡ ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ. ୭ ଏବଂ ୱାର୍ଡ ନଂ. ୨୦ରୁ ୪ ଜଣ ଲେଖାଏଁ, ପାଟଣାଗଡ ବ୍ଲକ ଭଇଁସା ଗ୍ର.ପ.ରୁ ଜଣେ, ସଇଁନ୍ତଲା ବ୍ଲକ ସଇଁନ୍ତଲା ଗ୍ରା.ପ.ରୁ ୨ ଜଣ, ଝିଙ୍କିଡୁଙ୍ଗୁରୀ ଗ୍ରା.ପ., କନ୍ଧେଲଗାଁ ଗ୍ରା.ପ., ଟିକିରାପଡା ଗ୍ରା.ପ. ଏବଂ ଧରାପଗଡ ଗ୍ରା.ପ.ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ତୁରେକେଲା ବ୍ଲକ ବଡବାଙ୍କି ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.