oom

ଆଜିି ଓଡ଼ିଶାରୁ ୧୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଆଜି ୧୭୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୩ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୭୫ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୪, ବାଲେଶ୍ୱରରୁ ୭, ବରଗଡ଼ରୁ ୧୦, ଭଦ୍ରକରୁ ୪, ବଲାଙ୍ଗିରରୁ ୫, କଟକରୁ ୪, ଦେବଗଡ଼ରୁ ୨, ଗଜପତିରୁ ୩, ଗଂଜାମରୁ ୩, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୨୩, କଳାହାଣ୍ଡିରୁ ୧, ଖୋର୍ଦ୍ଧାରୁ ୫, କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୁରଭଂଜରୁ ୨, ନୂଆପଡ଼ାରୁ ୧୬, ପୁରୀରୁ ୧୯, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨୪, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩୦ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟରେ ଆଜି ପର୍ଯ୍ୟନ୍ତ ୩୩୩୧୨୭ ଜଣ ସମୁଦାୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨୯୦୮୮ ଜଣ ସୁସ୍ଥ ହୋଇ ସାରିଛନ୍ତି । ମାତ୍ର ୨ ହଜାର ୮୭ ଜଣ ଏବେ ଏକ୍‌ଟିଭ୍‌ ପଜିଟିଭ୍‌ ରହିଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.