csstore

ମହାବୀର ରେସିଡେନ୍ସି ହେଲା କଂଟେନମେଂଟ ଜୋନ : ଘୋଷଣା କଲେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ୱାର୍ଡ ନଂ.୧୪ ମହାବୀର ରେସିଡେନ୍ସିକୁ ବୁଧବାର ଦିନ ଟିଟିଲାଗଡ ଉପଜିଲ୍ଲାପାଳ ତଥା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ ସୋମେଶ ଉପାଧ୍ୟାୟ କଂଟେନମେଂଟ୍‌ ଜୋନ ଘୋଷଣା କରିଛନ୍ତି । ଉପଜିଲ୍ଲାପାଳ ତଥା ଏସ.ଡି.ଏମ. ଟିଟିଲାଗଡଙ୍କ ପତ୍ର ସଂଖ୍ୟା ୩୦୧୦/ଏମରଜେନ୍ସି ୧୯.୦୮.୨୦୨୦ ଅନୁସାରେ ମହାବୀର ରେସିଡେନ୍ସିର ମୁଖ୍ୟ ଫାଟକ ଏବଂ ଡୁମେରଚୁଆଁ ପ୍ରସ୍ଥାନ ଗେଟକୁ ସ୍ଥାନୀୟ ପ୍ରଶାସନ ଦ୍ୱାରା ସିଲ୍‌ କରାଯାଇଛି । ପ୍ରକାଶ ଥାଉ କି ଏହି ରେସିଡେନ୍ସିରେ ଗତ କିଛି ଦିନ ତଳେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଥିବାରୁ ପ୍ରଶାସନ ତରଫରୁ ଘରକୁ ଘର ପରୀକ୍ଷା କରାଯାଇଛି । ଫଳରେ ଆଜି ସଂକ୍ରମଣ ସଂଖ୍ୟାକୁ ନିୟନ୍ତ୍ରଣ ପାଇଁ ପ୍ରଶାସନ ତରଫରୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଏହି ଅଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ସୁବିଧା ସୁଯୋଗ ଦେବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ଡା. ଏସ.ପି.ଡି. ପଣ୍ଡା, ଡା.ଶାନ୍ତନୁ ରାଉତ, ଲ ଏଣ୍ଡ ଅର୍ଡର ପାଇଁ ଥାନାଧିକାରୀ ସତ୍ୟଜିତ କାଣ୍ଡେଲକର, ସାନିଟାଇଜଡ ପାଇଁ ଅସିତ କୁମାର ଜେନା, ଫାୟାର ଅଧିକାରୀ, ଏନ.ଏ.ସି. ନିର୍ବାହୀ ଅଧିକାରୀ ବିଷ୍ନୁପ୍ରିୟା ମିଶ୍ର, ଜରୁରିକାଳିନ ସେବା ପାଇଁ ପ୍ରଭାତ କୁମାର ଦାସ, ସୁପରଭିଜନ ପାଇଁ ଉମା ଭରାସାଗର, କର୍ଣ୍ଣ ଧରୁଆ, ସନ୍ତୋଷ କୁମାର ମହନ୍ତ(ଫାର୍ମାସିଷ୍ଟ) ଘରକୁ ଘର ସର୍ଭେ ପାଇଁ ପୁଷ୍ପା ତାଣ୍ଡି, ଗୀତାଞ୍ଜଳି ଦାସଙ୍କୁ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଉପାଧ୍ୟାୟ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ।

jayashree
Leave A Reply

Your email address will not be published.