ବ୍ୟାନର ଚିରାକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷର ଜଣେ ଅଭିଯୁକ୍ତକୁ ନିହଲପ୍ରସାଦ ପୋଲିସ କାବୁ କରି କୋର୍ଟ ଚାଲାଣ କଲା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରେ ବ୍ୟାନର ଚିରାକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷର ଜଣେ ଅଭିଯୁକ୍ତକୁ ନିହଲପ୍ରସାଦ ପୋଲିସ କାବୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ଶ୍ରୀନିବାସ ସାହୁଙ୍କ ଏକ ବ୍ୟାନରରେ ବିଧାୟକଙ୍କ ଫଟୋ ଲାଗିଥିଲା ଯାହିକି ନୂଆପିଙ୍ଗୁଆ ଅଞ୍ଚଳରେ ଟଙ୍ଗା ଯାଇଥିଲା । ଯାହାକୁ ମମତା ମହାଳିକଙ୍କ ପୁଅ କାଳିଆ ମ‌ହାଳିକ ଲଗାଇଥିଲେ । ଏହାକୁ ବିରୋଧ କରିଥିଲେ କୈଳାସ ନାୟକଙ୍କ ସମର୍ଥକ ଜ୍ୟୋତିରଞ୍ଜନ ସାହୁ । ଏହାକୁ ନେଇ ମାମତାଙ୍କୁ ଜ୍ୟୋତି ଏବଂ ତାଙ୍କ ସାଥୀରେ କୈଳାସଙ୍କ କିଛି ସମର୍ଥକ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିବାର ଥାନାରେ ମମତା ଲିଖିତ ଅଭିଯୋଗ କରିଥିବା ଜଣାଯାଇଥିଲା । ପରେ ଶ୍ରାନିବାସଙ୍କ ଦାଦା ପୁଅ ବାଦଲଙ୍କଠାରୁ ଜ୍ୟୋତି ରଞ୍ଜନ ଟଙ୍କା ଛଡାଇ ନେଇଥିବାର ଅଭିଯୋଗ ହୋଇଥିଲା । ପରେ ଘଟଣାଟି ଗୋଷ୍ଠୀ ସଂଘର୍ଷ ରୂପ ନେଇଥିଲା । ଶ୍ରୀନିବାସ ସାହୁଙ୍କ ଲୋକମାନେ ପିଙ୍ଗୁଆ ତେଲଟାଙ୍କି ନିକଟରେ ଜ୍ୟୋତିଙ୍କୁ ପାଇ ତାଙ୍କୁ ମାଡ଼ମାରି ଲହୁଲୁହାଣ କରିଥିଲେ । ‌ଜ୍ୟୋତିଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଏ ନେଇ ଥାନାରେ ଏକ ଏତଲା ଉଭୟ ପକ୍ଷରୁ ରୁଜୁ ହୋଇଥିବାର ସୂଚନା ମିଳିଥିଲା । ଏ ମାମଲାରେ ନିହଲପ୍ରସାଦ ପୋଲିସ ଜଣେ ବ୍ୟାଙ୍କ୍ ଅପରେଟରଙ୍କୁ ଥାନାରେ ବସାଇ ଏ ସମ୍ପର୍କିତ ଘଟଣା ସିସି ଟିଭିରେ କଏଦ୍ ହୋଇଛି କି ନାହିଁ ବୁଝିବା ପାଇଁ ଥାନାରେ ବସାଇ ଥିବାର ଜଣାପଡିଥିଲା । ଏବେ ଗତକାଲି ନିହଲ ପ୍ରସାଦ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଉକ୍ତ ଅଭିଯୁକ୍ତ ହେଉଛି ସୈନିକ ସାହୁ ଡାକନାମ ପହଲି ସାହୁ, ପିତା, ସନାତନ ସାହୁ, ଘର, ପିଙ୍ଗୁଆ । ଦେଖିବାକୁ ବାକି ରହିଲା କି ଅନ୍ୟ ଆସାମୀମାନଙ୍କୁ ପୋଲିସ ଧରିବାରେ କେବେ ସକ୍ଷମ ହେଉଛି ।

Leave A Reply

Your email address will not be published.