om academy

ଆର.ଆଇ. ଅଫିସରୁ ଲକର ଭାଙ୍ଗି ୯୦ ହଜାର ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ

jsm

ଦିଗପହଣ୍ଡି : ଦିଗପହଣ୍ଡି ତହସିଲ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ ଆର.ଆଇ. ଅଫିସରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରୁ ସୋମବାର ବିଳମ୍ବିତ ରାତିରେ କୈାଣସି ଦୁବୃର୍ତ୍ତ ମୁଖ୍ୟ ଫାଟକର ତାଲା ଭାଙ୍ଗି ଅଫିସ ଭିତରେ ପଶି ୯୦ ହଜାର ଟଙ୍କା ଚୋରି କରି ନେଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ସୋମବାର ଦିନ ବିଳମ୍ବିତ ରାତିରେ ଲକର ଚାବି ଭାଙ୍ଗି ସେଥିରେ ଥିବା ୯୦ ହଜାର ଟଙ୍କା ଲୁଟି ଦୁବୃର୍ତ୍ତମାନେ ପଛ ପଟ କବାଟ ଭାଙ୍ଗି ପଳାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାଳୟ ପରିସରରେ ଥିବା ସମସ୍ତ କାଗଜପତ୍ର ଓ ଲାପଟପ୍ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଥିଲେ ମଧ୍ୟ ସେଗୁଡିକୁ ଦୁର୍ବୃତ୍ତ ମାନେ ନେଇନଥିବା ଜଣାପଡିଛି । ମଙ୍ଗଳବାର ସକାଳୁ ପ୍ରତ୍ୟେକ ଦିନ ଭଳି କର୍ମଚାରୀ ପ୍ରକାଶ ମଲ୍ଲିକ କାର୍ଯ୍ୟାଳୟ ତାଲା ଖୋଲିବା ପାଇଁ ଯିବା ସମୟରେ ତାଲା ଭାଙ୍ଗିଥିବା ଜାଣି ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଶ୍ରୀ ଆଚାର୍ଯ୍ୟଙ୍କୁ ଜଣାଇଥିଲେ। ଏହାପରେ ସ୍ଥାନୀୟ ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦିଗପହଣ୍ଡି ପୋଲିସ ଥାନାରେ ଖବର ଦେଇଥିଲେ ।

Leave A Reply

Your email address will not be published.