centurian jitm

କନ୍ଦାଗାଡ ସେଣ୍ଟ୍ରାଲ ନର୍ସରୀରେ ଚାରା କରିବା ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ ଅଭିଯୋଗ

nschool
  • ଏମ୍‌ଜିଏନ୍‌ଆର୍‌ଜିଏ କିମ୍ବା କାମ୍ପା ଯୋଜନାରେ ଶ୍ରମିକ ବଦଳରେ ଫରେଷ୍ଟ ପାରା ପ୍ରୋଟେକ୍ସନ ଫୋର୍ସ ଏବଂ ଫାୟାର ସ୍କ୍ୱାର୍ଡ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜନ ଅଭିଯୋଗ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଓ ତୁରେକେଲା ବ୍ଲକର ସୀାମନ୍ତ ମହୁଲପାଟି ପଂଚାୟତର କନ୍ଦାଗାଡ ଗ୍ରାମରେ ଲାଠୋର ଫରେଷ୍ଟ ରେଂଜ ଅଫିସ ଦ୍ୱାରା ସେଣ୍ଟ୍ରାଲ ନର୍ସରୀରେ ଆଗାମୀ ୨୦୨୨-୨୩ ବର୍ଷ ପାଇଁ ଚାରା ପ୍ଲାଟେଂସନ କରାଯାଇଛି । ଏହି ଚାରା ପ୍ଲାଟେଂସନରେ କାମ୍ପା କିମ୍ବା ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ନିୟୋଜନ କରିବା ପରିବର୍ତ୍ତେ ସଂପୃକ୍ତ ରେଂଜ ଅଫିସର ଫରେଷ୍ଟ ପାରା ପ୍ରୋଟେକ୍ସନ ଫୋର୍ସ ଏବଂ ଫାୟାର ସ୍କ୍ୱାର୍ଡଙ୍କ ଦ୍ୱାରା ହଜାର ହଜାର ଚାରା କରାଇ ଫଲ୍ସ ବିଲ ଭାଉଚର କରି ଶ୍ରମିକଙ୍କ ନାଁରେ ଟଙ୍କା ଆତ୍ମସାତ୍‌ କରିଥିବା ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ହୋଇଛି । ଆହୁରୀ ମଧ୍ୟ ଅଭିଯୋଗ ହୋଇଛି ଯେ, ପୁଣି ନର୍ସରୀରେ କେତେ ଟଙ୍କା ଅଟକଳରେ କେତେ ସଂଖ୍ୟକ ଚାରା କରାଯାଉଛି, କେଉଁ ଯୋଜନାରେ କରାଯାଉଛି କେତେ ଶ୍ରମ ଦିବସ ସୃଷ୍ଟି କରାଯାଇଛି ତାର କୌଣସି ସୂଚନା ଫଳକ ଦିଆଯାଇ ନାହିଁ । ଏପରିକି ଗତ ରବିବାର ଦିନ ଖବର ସଂଗ୍ରହ ବେଳେ କନ୍ଦାଗାଡ ସେଣ୍ଟ୍ରାଲ ନର୍ସରୀରେ ଶ୍ରମିକମାନେ କାମ କରିବା ବଦଳରେ ଫରେଷ୍ଟ ପାରା ପ୍ରୋଟେକ୍ସନ ଫୋର୍ସ ଓ ଫରେଷ୍ଟ ଫାୟାର ସ୍କ୍ୱାର୍ଡ ନର୍ସରୀରେ କାମ କରୁଥିବା ଦେଖିବାକୁ ମିଳିଥିଲା । ସରକାରଙ୍କ ଯୋଜନାରୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନରେ ହଜାର ହଜାର ସଂଖ୍ୟାରେ ଚାରା ତିଆରି କରାଯାଇଥିବା ବେଳେ ଉଚିତ୍‌ ରକ୍ଷଣା ବେକ୍ଷଣ ଅଭାବ ଏବଂ ଖରାଦିନେ ଚାରାମାନଙ୍କୁ ନିୟମିତ ପାଣି ଠିକ୍‌ ସମୟରେ ନ ଦେବାରୁ ଚାରା ଗୁଡିକ ମରିଯାଇଥିବାର ଦେଖିବାକୁ ମିଳିଛି । କନ୍ଦାଗାଡ ନର୍ସରୀରେ ନିକଟସ୍ଥ କନ୍ଦାଗାଡ, ଗଏନ୍ଦିମାଲ ଓ ମହୁଲପାଟି ଗ୍ରାମର ଶ୍ରମିକମାନେ କାମ କରିବା ପରିବର୍ତ୍ତେ ଫରେଷ୍ଟ ପାରା ପ୍ରୋଟେକ୍ସନ ଫୋର୍ସ ଓ ଫରେଷ୍ଟ ଫାୟାର ସ୍କ୍ୱାର୍ଡ ଦ୍ୱାରା କାର୍ଯ୍ୟକରାଇ ଫଲ୍ସବିଲ ଭାଉଚରରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍‌ କରୁଥିବାରୁ ଏହାର ବିଭାଗୀୟ ବଲାଙ୍ଗିର ଫରେଷ୍ଟ ଡିଭିଜନ ତରଫରୁ ଭିଜିଲାନ୍ସ ତଦନ୍ତ କରିବା ପାଇଁ ତିନି ଗ୍ରାମର ଶ୍ରମିକ ଦାବୀ କରିଥିବା ବେଳେ ଏହି ଅଭିଯୋଗ ଉପରେ ସଂପୃକ୍ତ ରେଂଜରଙ୍କ ଫୋନ ନଂ. ୮୭୬୩୦ ୨୬୮୬୮ ରେ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିବାରୁ ସ୍ୱିଚ୍‌ ଅଫ୍‌ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.

error: Content is protected !!