om academy

ସମ୍ବଲପୁର ନାଟ୍ୟ ଜଗତର ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ରାଜେନ୍ଦ୍ର ପଣ୍ଡା ଚାଲିଗଲେ

jsm

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ନାଟ୍ୟକଳା ପରିଷଦର କର୍ଣ୍ଣଧାର ସଭାପତି ତଥା ଓଡଶା ନାଟ୍ୟ ଜଗତର ପ୍ରଚଣ୍ଡ ପ୍ରତିଭା ରାଜେନ୍ଦ୍ର ପ୍ରସାଦ ପଣ୍ଡା(୮୦) ଆଉ ଇହ ଜଗତରେ ନାହାନ୍ତି । ସମ୍ବଲପୁର ନାଟ୍ୟ ଜଗତ ପିତାମହ ଭୀଷ୍ମଙ୍କୁ ହରାଇଲା ବୋଲି ନାଟ୍ୟକର୍ମୀମାନେ ମତ ଦେଇଛନ୍ତି ଏବଂ ତାଙ୍କ ଆତ୍ମାର ସଦ୍‌ଗତି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତାଙ୍କ ବିୟୋଗରେ ଓଡ଼ିଶାର ନାଟ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି । ବର୍ଷିଆନ ମାହାନ୍‌ ମଂଚ ନାୟକ, ଦୃଶ୍ୟ କାବ୍ୟ ଜଗତର ଭୀଷ୍ମ ପିତାମହ, ସହସ୍ର ଡ୍ରାମାର ଅଭିନେତା, ‘ଅସ୍ତରାଗ’ ସିନେମାର ମୁଖ୍ୟ ଚାରିତ୍ରାଭିନୟକାରୀ ତଥା ଅସଂଖ୍ୟ ଅଭିନେତାଙ୍କର ପ୍ରେରଣା ଦାତା ଓ ସର୍ବୋପରି ଆମ ପଶ୍ଚିମ ଓଡ଼ିଶାର ଶିଖର ମଣିଙ୍କ ଅସ୍ତ ହୋଇଯାଇଥିବା କୁହାଯାଇଛି ।

Leave A Reply

Your email address will not be published.