oom

ଦାମୋଦରପୁରରୁ ପ୍ରଚାର ଆରମ୍ଭ କଲା ବିଜେଡି, ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଚେୟାରମ୍ୟାନ ପାର୍ଥିନୀ ଜୁଲି

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ଗଞ୍ଜାମ ପୌରାଞ୍ଚଳରେ ନିର୍ବାଚନ ଉଷ୍ମତା ସେତିକି ବୃଦ୍ଧି ପାଉଛି । ବୁଧବାର ପାର୍ଥୀପତ୍ର ଯାଞ୍ଚ ପରେ ବିଜେଡି ପ୍ରଥମେ ଦାମୋଦରପୁର ଗ୍ରାମରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛି । ବିଜେଡି ଅଧ୍ୟକ୍ଷା ପାର୍ଥିନୀ ଜୁଲି ପାତ୍ର ନିଜ ସମର୍ଥକମାନଙ୍କୁ ନେଇ ଦାମୋଦରପୁର ଗ୍ରାମ ୧୨ ନମ୍ବର ୱାର୍ଡରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକଙ୍କୁ କହି ନିଜ ସପକ୍ଷରେ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି । ପୌର ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି ନଗର ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ ଓ ଯୁବ ସଂଗଠକ ତଥା ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜନୈତିକ ମୈଦାନକୁ ଓଲ୍ଲାଇଥିବା କହିବା ସହ ନିର୍ବାଚିତ ହେବା ପରେ ନବୀନ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ କିପରି ଲୋକାଭିମୁଖୀ ହୋଇପାରିବ ସେ ଉପରେ ଗୁରୁତ୍ବ ଦେବେ ବୋଲି ଭୋଟରଙ୍କୁ ପ୍ରତିଶୃତି ଦେଉଥିବା ଲକ୍ଷ କରାଯାଉଛି ।ଭୋଟ ପ୍ରଚାର ବେଳେ ୧୨ ନମ୍ବର ବିଜେଡି କାଉନସିଲର ପାର୍ଥୀ ପି.ଚନ୍ଦ୍ରଶେଖର ରେଡି, ଯୁବନେତା ମନୋଜ ପ୍ରଧାନଙ୍କ ସହ ବହୁ ମହିଳା ସମର୍ଥକ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.