କାର୍‌ ସହ ଜଳିଗଲେ ଡ୍ରାଇଭର

ପାରାଦୀପ : ଆଜି ସକାଳେ ପାରାଦୀପ ସହର ଉପକଣ୍ଠ ହାତୀଟାଙ୍କି ନିକଟରେ ଜଳୁଥିଲା ଏକ କାର୍‌ । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳେ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ପାରାଦୀପରେ ବଡ଼ ଅଘଟଣ ଘଟିଛି । କାର୍‌ ସହ ଜଳିଗଲେ ଡ୍ରାଇଭର । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ହେଲେ କାର୍ ଭିତରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ହେଲେ ମୃତ କାର୍‌ ଡ୍ରାଇଭରର ପରିଚୟ ମିଳିନାହିଁ । କାର୍‌ ଭିତରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.