ଟ୍ୱିଟରରେ ଝିଅର ପ୍ରଥମ ଫଟୋ ସେୟାର କଲେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା

ନୂଆଦିଲ୍ଳୀ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଝିଅର ପ୍ରଥମ ଫଟୋ ଟ୍ୱିଟରରେ ସେୟାର କରିଛ‌ନ୍ତି । ତେବେ ଏହି ଫଟୋରେ ଅନୁଷ୍କା ଏବଂ ବିରାଟ, ଝିଅକୁ କୋଳରେ ଧରିଥିବାର ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ସେ ତାଙ୍କ ଝିଅର ନାଁ ମଧ୍ୟ ଫ୍ୟାନ୍ସମାନଙ୍କୁ ଜଣାଇଥିବା ସହ ଟ୍ୱିଟ୍ କରି ବଲିଉଡ ଅଭିନେତ୍ରୀ ଅନୁଷ୍କା ଲେଖିଛନ୍ତି ଯେ, ଭଲପାଇବା ସହ ଆମେ ଆମ ଜୀବନକୁ ଜୀଉଁଛୁ । ଆଉ ଯେବେଠାରୁ ଛୋଟ ଭମିକା ଆମ ଜୀବନରେ ଆସିଲା, ସେବେଠାରୁ ଆମ ଜୀବନରେ ଆଉ ଏକ ନୂଆ ମୋଡ ଦେଇଛି । କେବେ କେବେ କିଛି ସମୟରେ ହସ, ଲୁହ, ଚିନ୍ତା ଏବଂ ଖୁସି ଭଳି ଭାବନା ଏବେ ଅନୁଭବ ହୋଇ ଯାଉଛି । ଏହା ସହିତ ସେ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଦେଇ ଲେଖିଛନ୍ତି ଯେ, ଆପଣମାନଙ୍କ ପ୍ରାର୍ଥନା ଏବଂ ଶୁଭକାମନା ପାଇଁ ଧନ୍ୟବାଦ ।

Leave A Reply

Your email address will not be published.