ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦେବଦର୍ହା ଶୈବପୀଠ ଠାରେ ପଦ୍ମପୁର କୁବେର ଯୁବାମଞ୍ଚ ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୁବେର ମହାପ୍ରଭୁଙ୍କ ପୂଜନ ଓ ଭାଗବତ ପଠନ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପରେ ଆବାଳବୃଦ୍ଧବନିତା ଏକ ଶୋଭାଯାତ୍ରାରେ ବାହାରି ମନ୍ଦିରରେ ପୂଜାର୍ଚ୍ଚନା କରି ନିକଟସ୍ଥ ନଦୀରେ ଧର୍ମ ଡଙ୍ଗା ଭସାଇଥିଲେ । ଜୟ କୁବେର ଓ ହୁଳହୁଳି ଧ୍ବନିରେ ପରିବେଶ ପ୍ରକମ୍ପିତ ହୋଇଥିଲା । ଚୁଡ଼ାମଣି ସାହୁ, ନବକିଶୋର ସାହୁ, ତାରାଚାନ୍ଦ ସାହୁ, ବିନନ୍ଦ ସାହୁ, ରୋହିଣୀ ନାଏକ, ସ୍ପ୍ରେ ସାହୁ ଆଦି ବରିଷ୍ଠ କର୍ମକର୍ତ୍ତାଙ୍କ ତତ୍ବାବଧାନରେ ଏହି ବାର୍ଷିକ କାର୍ଯ୍ୟକ୍ରମରେ କୁବେର ସମାଜର ପଦ୍ମପୁର, ଗୁଠୁର୍ଲା ଓ ସମ୍ବଲପୁରୀ ସାଇରୁ ଅନେକ କୁବେର ସନ୍ତାନ ଅଂଶଗ୍ରହଣ କରିଥିଲେ । କୁବେର ଯୁବାମଞ୍ଚ ସଭାପତି ମନୋଜ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିବା ପରେ ଦିଲୀପ ସାହୁଙ୍କ ପରିଚାଳନାରେ କୁଇଜ୍, ଲାଞ୍ଜ ଟଣା, ମାଠିଆ ଫଟା, ମ୍ୟୁଜିକ ଚେୟାର ପରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୁନା, ପ୍ରକାଶ, ଉସତ, ସନ୍ତୋଷ, ଲକ୍ଷ୍ମଣ, ବାବୁଲି, ପ୍ରଦୀପ, ଧୀରୁ, ନରେଶ, ବୁନୁ, ଚିତ୍ତ ଆଦି ସହଯୋଗ କରିଥିଲେ । ଶେଷରେ ରାଜେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post