ସିଦ୍ଧ ମହିମା ଆଶ୍ରମ ପୁଟୁପଡାରେ ଵିଶ୍ଵ ଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା

ତୁରେକେଲା, (କୈଳାଶ ସଗ୍ରିଆ) : ପୌଷ ପୂର୍ଣ୍ଣିମା ଅବସରରେ ସର୍ବ ପୁରାତନ ମହିମପୀଠ ସିନ୍ଧେକେଲା ନିକଟସ୍ଥ ସିଦ୍ଧ ମହିମା ଆଶ୍ରମ ପୁଟୁପଡା ଠାରେ କରୋନା କଟକଣା ଅନୁସାରେ ୧୫୮ତମ ବିଶ୍ୱ ଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ସଭାପତି ବ୍ରହ୍ମାବଧୁତ ଶ୍ରୀମତ ଭଗବାନ ବାବା, ମୁଖ୍ୟ ଅତିଥି କଣ୍ଟାବାଞ୍ଜୀ ବିଧାୟକ ସନ୍ତୋଷ ସିଂ ସାଲୁଜା, ମୁଖ୍ୟ ବକ୍ତା ଓଡ଼ିଆ ଅଧ୍ୟାପକ ସୁରଞ୍ଜନ ପ୍ରଧାନ, ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖରିଆର, ସମ୍ମାନିତ ଅତିଥି ବାବା କିଶୋର ଚନ୍ଦ୍ର ଦାସ, ମଠାଧୀଶ ପୁଟୁପଡା ମଠ, ସମ୍ପାଦକ ସୁଧାକର ସାହୁ, ଭୋଳା ବେହେରା, ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ, ପଣ୍ଡିତ ହେମରାଜ ଶାସ୍ତ୍ରୀ, ପ୍ରକାଶକ ପବିତ୍ର ଶବର, ସବିତା ମହରା ଓ ଅର୍ଜୁନ ସାହୁ ଯୋଗ ଦେଇଥିଲେ ।

ସଭା ପରିଚାଳନା ବିରଞ୍ଚି ନାରାୟଣ ଦାଶ ଓ ସ୍ୱ।ଗତ ଅଭିଭାଷଣ ସୁଧାକର ସାହୁ ଦେଇଥିଲେ । ଅତିଥିମାନଙ୍କ ପରିଚୟ ପରେ ବ୍ରାହ୍ମଣୀର ଭଜନ ମଣ୍ଡଳୀ ଭଜନ ପରିବେଷଣ କରିଥିଲେ । ଆଶ୍ରମରୁ ପ୍ରକାଶିତ ପତ୍ରିକା ସିଦ୍ଧାଶ୍ରମ ସନ୍ଦେଶର ଦ୍ବିତୀୟ ସଂଖ୍ୟା ଅତିଥିମାନଙ୍କ କର କମଳରେ ଉନ୍ମୋଚିତ ହୋଇଥିଲା । ତାପରେ ଶ୍ରୀ ମୋହନ ଶବର, ହେମରାଜ ସାହୁ ଓ ଅର୍ଜୁନ ସାହୁଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।କଵି ମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ଓ ଚେତନାଧର୍ମୀ କବିତା ପାଠ ହୋଇଥିଲା।ତାପରେ ଭଜନ,ପ୍ରବଚନ ସାଧୁସନ୍ଥ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଏହି ମେଳାରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Leave A Reply

Your email address will not be published.