oom

ତିନୋଟି ଯୁଦ୍ଧର ଯୋଦ୍ଧା ବୈଷ୍ଣବ : ଏବେ ମଧ୍ୟ ଦେଶ ସେବା କରିବା ପାଇଁ ଆଗ୍ରହୀ, ଅସହାୟ ଅବସ୍ଥାରେ ବୀର ଯବାନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦେଶ ତାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିବା ବେଳେ ବଲାଙ୍ଗିର ଜିଲ୍ଲାର ବୀର ଯବାନ ବୈଷ୍ଣବ ନାଗଙ୍କ କଥା ମନେପଡୁଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବାଦୀପଡା ଗ୍ରାମରେ ଜନ୍ମିତ ବୈଷ୍ଣବ ୧୯୬୧ ମସିହାରେ ଭାରତୀୟ ସେନା ବାହିନୀରେ ଯୋଗ ଦେଇଥିଲେ । ସେନା ବାହିନୀରେ ଯୋଗ ଦେବାର ପରେ ୧୯୬୨ ମସିହାରେ ଭାରତ-ଚୀନ ଯୁଦ୍ଧରେ ସାମିଲ ହୋଇ ଶତ୍ରୁ ସହ ଲଡେଇ କରିଥିଲେ ସେ । ବୈଷ୍ଣବ ନାଗ ପିଲା ବେଳୁ ହିଁ ଦେଶ ସେବା କରିବା ପାଇଁ ପ୍ରବଳ ଆଗ୍ରହୀ ରହିଥିଲେ । ପରିବାର ଲୋକଙ୍କ କଥା ନ ଶୁଣି ଦେଶ ସେବା ପାଇଁ ସେନା ବାହିନୀରେ ଯୋଗ ଦେଇଥିଲେ । ବୀର ଯବାନ ବୈଷ୍ଣବ ୧୯୬୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସମୟରେ ଭାରତ-ପାକିସ୍ତାନ ଯୁଦ୍ଧରେ ମଧ୍ୟ ସାମିଲ ହୋଇ ଭାରତକୁ ବିଜୟୀ କରିଥିଲେ । ବୈଷ୍ଣବ ନାଗ ଲାଲ ବାହାଦୂର ଶାସ୍ତ୍ରୀଙ୍କଠାରୁ ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳ ପର୍ଯ୍ୟନ୍ତ ୧୮ ବର୍ଷ ଧରି ଦେଶ ସେବାରେ ନିଜକୁ ସମର୍ପିତ କରିଥିଲେ । ତାଙ୍କୁ ଦେଶ ସେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ୧୦ ଗୋଟି ମେଡାଲରେ ସମ୍ମାନିତ କରାଯାଇଥିଲା । ୧୯୬୨ ମସିହାରେ ନାଗଲାଣ୍ଡ ମେଡାଲ, ୧୯୬୫ ମସିହାରେ ଜମ୍ବୁ-କାଶ୍ମୀର ମେଡାଲ, ୧୯୭୧ ମସିହାରେ ପୂର୍ବ ଷ୍ଟାର ବଙ୍ଗଳାଦେଶ ଗଠନ ମେଡାଲ ସହ ସର୍ବମୋଟ ୧୦ଟି ମେଡାଲ ପାଇଛନ୍ତି ।

ବୈଷ୍ଣବ ନାଗ ଦେଶ ସେବାରେ ନିଜକୁ ଏତେ ମାତ୍ରରେ ସମର୍ପିତ କରିଥିଲେ ଯେ, ନିଜର ପିତା, ମାତାଙ୍କ ଶେଷ ଦର୍ଶନରେ ମଧ୍ୟ ଆସିପାରିନ ଥିଲେ । ଆମ ପ୍ରତିନିଧି ବୈଷ୍ଣବଙ୍କ ସହ କଥା ବାର୍ତା ହେବା ସମୟରେ ଏବେ ମତେ ୮୦ ବର୍ଷ ହୋଇଛି ସତ ହେଲେ ଏବେ ମଧ୍ୟ ଦେଶ ସେବା କରିବା ପାଇଁ ଆଗ୍ରହ ଅଛି ଦରକାର ପଡ଼ିଲେ ମୁଁ ବୋର୍ଡରକୁ ଯାଇ ଲଡେଇ କରିବି ବୋଲି କହନ୍ତି । ଯୁଦ୍ଧ ସମୟରେ ‘ମରୁଙ୍ଗା ନହିଁ ତୋ ମାରୁଙ୍ଗା’ ନାରା ଦେଇ ଦେଶ ସେବା କରିଥିଲି ବୋଲି ବୈଷ୍ଣବ କହନ୍ତି । ଆଜି ମଧ୍ୟ ସେହି ଆଗ୍ରହ ସହ ଭାରତ ମାତା କି ଜୟ, ବନ୍ଦେମାତାରମ୍‌ କହିବା ସହ ସେଲୁଟ ମାରିଥିଲେ । ଦେଶର ବିଭିନ୍ନ କୋଣ ଅନୁକୋଣରେ ସେବା କରିଥିବା ବୀର ଯବାନ ବୈଷ୍ଣବ ଏକ ସଡକ ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯିବାରୁ ଏବେ ରୋଗ ଶଯ୍ୟାରେ ପଡି ରହିଛନ୍ତି । କିଛ ମାସ ତଳେ ତାଙ୍କର ସ୍ତ୍ରୀଙ୍କ ମୃତ୍ୟୁ ହୋଇ ଥିବା ବେଳେ ପରିବାର କହିଲେ ଦୁଇଟି ପୁଅ ପାଞ୍ଚଟି ଝିଅ । ଝିଅ ଓ ପୁଅ ମାନଙ୍କୁ ବିବାହ କରାଇ ଏବେ ନାତିନାତୁଣୀଙ୍କ ସହ ରହନ୍ତି । ତେବେ ରହିବା ପାଇଁ ଘର ଆବଶ୍ୟକ ଥିବାରୁ ଘର ତିଆରି କରିବା ପାଇଁ ଆର୍ଥିକ ସାହାଯ୍ୟ ମାଗୁଛନ୍ତି ବୈଷ୍ଣବ । ତେବେ ଏହି ବୀର ଯୋଦ୍ଧାଙ୍କୁ ନା ପଚାରିଛି ଜିଲ୍ଲା ପ୍ରଶାସନ କିମ୍ବା କୋଣସି ଅଧିକାରୀ । ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।

jittmm
Leave A Reply

Your email address will not be published.