oom

ଭୀମବୁଢ଼ା କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ରତାଖଣ୍ଡିକୁ ହରାଇ ଥାଲବନ୍ଧ ଚାମ୍ପିଅନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରି ଗାଁରେ ଗତ ୨୨ତାରିଖରୁ ଆରମ୍ଭ ହୋଇଥିବା ଭୀମବୁଢ଼ା କ୍ରିକେଟ ପ୍ରତିଯୋଗିତା ରବିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଯୋଗ ଦେଇଥିଲେ । ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ ରୁଗୁଡ଼ିପାଲିକୁ ହରାଇ ରତାଖଣ୍ଡି ଦଳ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ଵିତୀୟ ସେମିଫାଇନାଲରେ କୁମ୍ଭାରମୁଣ୍ଡା ଦଳକୁ ହରାଇ ଥାଲବନ୍ଧ ଦଳ ଫାଇନାଲକୁ ଯାଇଥିଲା । ଫାଇନାଲ ଖେଳରେ ଥାଳବନ୍ଧ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ଓଭରରେ ୮୭ରନ କରିଥିବା ବେଳେ ବିପକ୍ଷ ରତାଖଣ୍ଡି ଦଳ ସମସ୍ତ ଓଭର ଖେଳି ୮୦ରନ କରି ୭ରନରେ ପରାଜୟ ବରଣ କରିଥିଲେ । ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ଚାମ୍ପିଅନ ଥାଲବନ୍ଧ ଦଳର ଆଶିଷ ବାରିକଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ରତାଖଣ୍ଡି ଦଳର ଅଭିରାମ ପୁରସ୍କୃତ ହୋଇଥିଲେ । ଆଜିର ମ୍ୟାଚକୁ ଗୋପିକାନ୍ତ କୁଅଁର, ମନୋଜ ନାଏକ ମ୍ୟାଚ୍ ପରିଚାଳନା କରିଥିଲେ । କମିଟି ପକ୍ଷରୁ ସରୋଜ ମେର୍ଲି, ପ୍ରଶାନ୍ତ ପଧାନ, ପ୍ରଦୀପ ପଧାନ, କିଶୋର ନାଏକ, ମନୋଜ ନାଏକ, ଶ୍ରୀକାନ୍ତ ନାଏକ, ଗୋପିକାନ୍ତ କୁଅଁର, ନୀରୋଜ ମେର୍ଲି, ପୃଥ୍ୱୀରାଜ ଭୁଏ, ଶ୍ରିମନ୍ତ ମେର୍ଲୀ, ଯୁବରାଜ ଭୁଏ, ରମାକାନ୍ତ ପରୁଆ ସହ ଭୀମବୁଢ଼ା କ୍ରିକେଟ କମିଟିର ସମସ୍ତ ସଦସ୍ୟ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.