ପେଟ୍ରୋଲ ପମ୍ପରେ ଭୟ‌ଙ୍କର ବିସ୍ଫୋରଣ : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଲେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱରର ରାଜଭବନ ପାଖ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିବା ଫଳରେ ରାଜଭବନ ନିକଟରୁ ୨ କିଲୋମିଟର ଅଞ୍ଚଳକୁ ସିଲ୍ କରିଛି ପୋଲିସ ପ୍ରଶାସନ । ତେବେ ଏଜି ଛକରୁ ରାଜଭବନ ଛକ, ରାଜଭବନ ଛକରୁ ଗୋପବନ୍ଧୁ ଛକ, ପାୱାର ହାଉସ ଛକରୁ ରାଜଭବନ ଛକ ପର୍ୟ୍ୟନ୍ତ ଯାତାୟାତ ବନ୍ଦ ରହିଛି । ଏହି ଅଞ୍ଚଳରେ ରହୁଥିବା ଲୋକମାନେ ସଂଧ୍ୟା ଯାଏ ଘରୁ ନବାହରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ଆଜି ଖରାବେଳେ ରାଜଧାନୀର ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପର ସିଏନଜି ଷ୍ଟକରେ ହଠାତ ନିଆଁ ଲାଗିଥିଲା । ଫଳରେ ଗ୍ୟାସଟାଙ୍କି ଗୁଡିକ ଫାଟି ହୁ ହୁ ହୋଇ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଏଥିରେ ପେଟ୍ରୋଲ ପମ୍ପ ସମେତ ଆଖପାଖ ଅଞ୍ଚଳରେ ନିଆଁ ବ୍ୟାପିବାର ଦୃଶ୍ୟ ଦେଖି ଲୋକେ ଛାନିଆଁ ହୋଇଯାଇଥିଲେ । । ନିଆଁରେ ପୋଡି ହୋଇ ୨ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ନିଆଯାଇଛି । ଏହା ସହ ଅନେକ ଗାଡି ବି ପୋଡି ଯାଇଥିବା ସୂଚନା ରହିଛି ।


କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀ ପେଟ୍ରୋଲ ପମ୍ପରେ ବିସ୍ପୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ରିପୋର୍ଟ ଦେବାକୁ କହିଛ‌ନ୍ତି ।

Leave A Reply

Your email address will not be published.