oom

ଭତ୍ତା ଟିକକ ପାଇଁ ଡହକ ବିକଳ ବୃଦ୍ଧବୃଦ୍ଧା

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ମୁରିବାହାଳ ବ୍ଲକ ଅଲଣ୍ଡା ଗ୍ରାମପଂଚାୟତର ଏହି ଆବାଳ ବୃଦ୍ଧବୃଦ୍ଧା ମାନଙ୍କ ମଧ୍ୟରେ ଅନେକ ବିଧବା, ଦିବ୍ୟାଙ୍ଗ ବି ରହିଛନ୍ତି । ଅଲଣ୍ଡା ଗ୍ରାମପଂଚାୟତଠୁ ନେଇ ବଙ୍ଗୋମୁଣ୍ଡା ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ କାହିଁ କେତେ ଥର ଆବେଦନ କରିସାରିଲେଣି । ବର୍ଷ ବର୍ଷ ଧରି ଆବେଦନ କରି ନିରାଶ ହେବା ପରେ ଆଜି ସମଗ୍ର ପଂଚାୟତର ବୃଦ୍ଧବୃଦ୍ଧା ଏକାଠି ହୋଇ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ପାଖକୁ ଫେରାଦ ହେବା ସହ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ବିଶିଷ୍ଟ ସମାଜ ସେବୀ ଅନିଲ ତ୍ରିପାଠୀ ଓ ସମିତି ସଭ୍ୟ ପ୍ରତିନିଧି ଯୁବରାଜ ବାଗଙ୍କ ନେତୃତ୍ଵରେ ଚାରି ଜଣ ୱାର୍ଡ ମେମ୍ବର ଯୋଗେଶ୍ୱର ପୁରୋହିତ, ମହାଦେବ ବଗର୍ତ୍ତୀ, ଭାରତ ନାଗ, ହରେନ୍ଦ୍ର ବାଗ, ବିଜେପି ଯୁବ ମୋର୍ଚ୍ଚା ସିନ୍ଧେକେଲା ମଣ୍ଡଳର ଉପ ସଭାପତି ହେମନ୍ତ କୁମାର ସାହୁଙ୍କ ସହ ବୟସର ଅପରାହ୍ନରେ ପହଂଚି ଥିବା ଅନେକ ଆବାଳ ବୃଦ୍ଧ ବୃଦ୍ଧା ମାନଙ୍କ ସୁଅ ଛୁଟିଥିଲା ଟିଟିଲାଗଡ଼ ସହରରେ ଥିବା ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ । କିଏ ଅଙ୍କା ବଙ୍କା ବାଡ଼ି ଧରି ଚାଲୁଛି ତ କିଏ ନଇଁ ନଇଁ ଚାଲୁଛି । ସିଧା ଠିଆ ହେବାକୁ ବି ଆଉ ବଳ ନାହିଁ । ସତୁରି, ଅଶି ବର୍ଷ ପାଖା ପାଖିର ଅନେକ ବୃଦ୍ଧ ବୃଦ୍ଧା ଅଶି ପହଞ୍ଚିଥିଲେ । ଏମାନେ ଆଜି ଯାଏ ସରକାରଙ୍କ ବିଭିନ୍ନ ପେନସନ ଯୋଜନାରୁ ବାଦ ପଡିଛନ୍ତି । ଏମାନେ ନା ମଧୁ ବାବୁ ପେନସନ ଯୋଜନରେ ସ୍ଥାନ ପାଇଛନ୍ତି ନା ଜାତୀୟ ପରିବାର ପେନସନ ଯୋଜନା ପାଇଛନ୍ତି । ବିଧବା ମାନଙ୍କୁ ବିଧବା ଭତ୍ତା ମିଳିପାରୁଛି ନା ଦିବ୍ୟାଙ୍ଗ ମାନଙ୍କୁ ଶାରୀରିକ ଭିନ୍ନକ୍ଷମ ଭତ୍ତା ମିଳୁଛି । ଆଉ ଆଜି ନିଜ ସାମର୍ଥ ଅନୁଯାୟୀ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ଆସି ନିଜ କରୁଣ ଦୁଃଖ ବୟାନ କରିଛନ୍ତି । ଆବାଳ ବୃଦ୍ଧ ବୃଦ୍ଧାଙ୍କ ଏମିତି ଅବସ୍ଥା ଦେଖି ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟୟ ଅଫିସରୁ ଆସି ଅସହାୟ ଗରିବ ଦିନ ଦୁଃଖୀଙ୍କ ସହ ଆଲୋଚନା କରିବା ପରେ ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ନେବେ ବୋଲି ଉପଜିଲ୍ଲାପାଳ କହିଛନ୍ତି । ପେନସନ ଯୋଗାଇ ଦେବା ନେଇ ପ୍ରଶାସନ ଏକ ବୈଠକ କରି ସମସ୍ତ ହିତାଧିକାରୀଙ୍କୁ ଠିକ ସମୟରେ ପେନସନ ଯୋଗାଇ ଦେବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.