ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ସାମାଜିକ ସୁରକ୍ଷା ଅନୁସାରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାର ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତିି ଏବଂ ନାମ ଅନୁମୋଦନ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ମିଳିବା ସଙ୍ଗେ ସଙ୍ଗେ କାର୍ଡ ପ୍ରଦାନ କରାଯାଇଛି ହେଲେ ଭତ୍ତା କାର୍ଡ ପ୍ରଦାନ କରାଯାଇଥିବା ବେଳେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା କାର୍ଡ ଥାଇ ଭତ୍ତା ଟଙ୍କା ମିଳିନଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଖପ୍ରାଖୋଲ ପଞ୍ଚାୟତ ଅଧିନସ୍ଥ ମହୁରୁଣ୍ଡୀ ଗାଁରେ ଦୁଇ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଡ ମିଳିଛି ହେଲେ ଭତ୍ତା ଟଙ୍କା ମିଳିନଥିବା ଅଭିଯୋଗ କରିଛନ୍ତି । ଦୁଇ ଜଣ ହିତାଧିକାରୀ ହେଲେ ସୁରୁବାଲି କୁଅଁର ଓ କୁନ୍ତଲା ବରିହା ଦୀର୍ଘ ଚାରି ପାଞ୍ଚ ମାସ ହେବ ଏମାନଙ୍କୁ ଭତ୍ତା କାର୍ଡ ମିଳିଅଛି ହେଲେ ତାଙ୍କୁ ଭତ୍ତା ଟଙ୍କା ମିଳିନି । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିଲେ ତୁମ ପାସବୁକରେ ଜାମା ହେଉଛି ବୋଲି କହୁଛନ୍ତି ଏବଂ ଏପଟେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିଲେ ମଧ୍ୟ ସମାନ ଅବସ୍ଥା କାହାକୁ ବା ପଚାରିବେ ଏହି ବୃଦ୍ଧା ଭତ୍ତା ହିତାଧିକାରୀ ବୋଳି ଅସନ୍ତୋଷ ପ୍ରକାଶ ପଇଛି । ସରକାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ହେଲେ ଏହି ଖପ୍ରାଖୋଲ ବ୍ଲକର ଖପ୍ରାଖୋଲ ପଞ୍ଚାୟତରେ ଏକ ଭିନ୍ନରୂପ ଦେଖିବାକୁ ମିଳିଛି । ଏହି ହିତାଧିକାରମାନଙ୍କ ଟଙ୍କା ଜାମା ଖାତାରେ ଜାମା ହେଇଥିବା ବେଳେ ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ହଇରାଣ ହେଉଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ଧନ୍ୟ ଅଧିକାରୀ ଧନ୍ୟ ତୁମେ ସେବା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଆଗକୁ ପ୍ରଶାସନ ଦୃଷ୍ଟି ଦେଇ ହିତାଧିକାରୀମାନଙ୍କୁ ହାତାହାତି ଭତ୍ତା ଟଙ୍କା ପ୍ରଦାନ କରିବାକୁ ଜନସାଧାରଣରେ ଦାବୀ ହେଉଛି । ହେଲେ ଦେଖିବାକୁ ବାକି ରହିଲା ପ୍ରଶାସନ ହିତାଧିକାରୀମାନଙ୍କ ପ୍ରତି କିଭଳି ପଦେକ୍ଷପ ଗ୍ରହଣ କରିବ । ଏଥିପ୍ରତି ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ କରିଛନ୍ତି ।

Leave A Reply

Your email address will not be published.