oom

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ : ୧ ଗୁରୁତର

jsmm

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବୈଜଲସାଗର ଗ୍ରାମରେ ମଙ୍ଗଳବାର ମଧ୍ୟ ରାତ୍ରିରେ ଗୋଟିଏ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ପାଟଣାଗଡ଼ ଥାନା ଅନ୍ତର୍ଗତ ପଣାମୁଣ୍ଡା ଗ୍ରାମର ସୁଦାମ ଶାହ ନାମକ ଜଣେ ବ୍ୟକ୍ତି ମଙ୍ଗଳବାର ରାତିରେ କୌଣସି କାମରେ ବୈଜଲସାଗର ଗ୍ରାମ ରାସ୍ତା ଦେଇ ଗୋଟିଏ ବାଇକ ନଂ OD୧୭Q୧୩୦୫ରେ ନିଜ ଘର ପଣାମୁଣ୍ଡାକୁ ଫେରୁଥିବା ବେଳେ ଗାଁ ମୁଣ୍ଡରେ ଥିବା ପୋଖରୀ ନିକଟସ୍ଥ ବୁଲାଣିରେ ଭାରସାମ୍ୟ ହରାଇ ଗୋଟିଏ ଜାମୁ ଗଛରେ ଗାଡିଟି ପିଟି ହୋଇଥିଲା । ଫଳରେ ସେ ବାଇକରୁ ଛିଟିକି ଯାଇ ରାସ୍ତାକଡରେ ଥିବା ବୁଦା ଭିତରେ ରାତିସାରା ପଡିରହିଥିଲେ । ସକାଳୁ ଗାଁ ଲୋକ ତାଙ୍କୁ ଦେଖି ଆମ୍ବୁଲାନ୍ସକୁ ଫୋନ କରିଥିଲେ । ପରେ ବ୍ୟକ୍ତି ଜଣଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.