lika

୪୨ତମ ଭାଲୁମୁଣ୍ଡା କୁମାର ଲୋକ ମହୋତ୍ସବର ଦ୍ଵିତୀୟ ରଜନୀ : ବିଷ୍ଣୁ ଓ ମହାଲକ୍ଷ୍ମୀ ବିବାହ ବର୍ଷାରେ ଭିଜି ଭିଜି ଦେଖିଲେ ଦର୍ଶକ

gbag

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ରାଇଜିଙ୍ଗ୍‌ ଷ୍ଟାର୍‌ ୟଙ୍ଗ୍‌ମାସ୍‌ କ୍ଲବ ତରଫରୁ ୪୨ତମ ଭାଲୁମୁଣ୍ଡା କୁମାର ଲୋକ ମହୋତ୍ସବ ଦ୍ଵିତୀୟ ରଜନୀ ଅନୁଷ୍ଠିତ ହୋଇଯାଇଛି । ପୌରାଣିକ ନାଟ୍ୟବସ୍ତୁ ଆଧାରିତ ଦ୍ଵିତୀୟ ଦିନ ହୋଇଥିଲା । ସଭାକୁ ଅଭୟ ବାଗ ସଂଯୋଜନା କରିଥିଲେ । ଏହି ରଙ୍ଗମଂଚରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ମରାସୁର ରାଜା ହୋଇ ବିଷ୍ଣୁ ମହାଲକ୍ଷ୍ମୀ ବିବାହ ଆଦି ନାଟ୍ୟାଭିନୟ ପରିବେଷିତ ହୋଇଥିଲା । କୁମାର ଲୋକ ମହୋତ୍ସବ କମିଟୀର ସଭାପତି ପ୍ରଦୀପ ମେହେର, ସଂପାଦକ ତୁଲାରାମ ମେହେର ପ୍ରମୁଖଙ୍କ ସହ ଆୟୋଜକ କମିଟୀର ସଭାପତି ରଘୁନାଥ ମେହେର, ଡ଼ମ୍ବରୁଧର ମେହେର, ପର୍ଶୁରାମ ମେହେର, ଘନ ମେହେର, ନଲିନ ମେହେର ପ୍ରମୁଖଙ୍କ ସହ ଆୟୋଜକ କମିଟୀର ସମସ୍ତ ସଦସ୍ୟମାନେ ସହଯୋଗ କରିିଥିଲେ । ଝିପି ଝିପି ବର୍ଷା ହେଉଥିବା ସତ୍ତ୍ୱେ ମଧ୍ୟ ହଜାର ହଜାର ଦର୍ଶକମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ଉପଭୋଗ କରିଥିଲେ । ଏହି ଭାଲୁମୁଣ୍ଡାବାସୀ କୁମାର ଲୋକ ଉତ୍ସବକୁ ଉତ୍ସାହର ସହ ଅପେକ୍ଷା କରି ଚାହିଁ ରହିଥାନ୍ତି ।

jittmm
Leave A Reply

Your email address will not be published.