ଶ୍ରୀଜଗନ୍ନାଥଙ୍କ ବତିଶ ବେଶକୁ ଭକ୍ତି ରସରେ ରସାଣିତ କଲେ ଭୋଗରାଇ ବିଧାୟକ

ଭୋଗରାଇ, (ଶିବନାରାୟଣ ପାତ୍ର) : ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ୱ ମାନବତାର ପ୍ରତୀକ । ଆମ ଓଡ଼ିଆ ସାହିତ୍ୟ ସଂସ୍କୃତି ଓ ପରମ୍ପରାର ଉତ୍ସ ଓ ତ୍ରାଣକର୍ତ୍ତା ବୋଲି ଆଜି ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି ନଂ-୧ ପଞ୍ଚାୟତ ବାରବାଟିଆ ଗ୍ରାମରେ ଶ୍ରୀଜଗନ୍ନାଥ ଜନକଲ୍ୟାଣ ଯୁବ ସ୍ୱେଚ୍ଛାସେବୀ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଶ୍ରୀଜଗନ୍ନାଥଙ୍କ ବତିଶ ବେଶର ପଞ୍ଚମ ସନ୍ଧ୍ୟାରେ ଯୋଗ ଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଉତ୍ସବର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ସତ୍ୟଶିବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ଭାଷଣ ପର୍ବରେ ମୁଖ୍ୟ ଅତିଥି ଭାବେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ମୁଖ୍ୟବକ୍ତା ଭାବେ ଡ. ଲେଖାଶ୍ରୀ ସାମନ୍ତ ସିଂହାର, ସମ୍ମାନିତ ଅତିଥି ଭାବେ ଆରୁହାବୃତ୍ତି- ୧ ପଞ୍ଚାୟତ ସମିତି ସଦସ୍ୟା ଅଞ୍ଜଳି ଜେନା, ସମାଜସେବୀ ଅନନ୍ତ ସାମଲ, ବାରବାଟିଆ ଗ୍ରାମର ସଭାପତି ଯୋଗେନ୍ଦ୍ର ପାଲ ପ୍ରମୁଖ ନିଜ ନିଜ ବ୍ୟକ୍ତବ୍ୟରେ ଏହି ବିଶାଳ ଉତ୍ସବର ଆୟୋଜକ ମାନଙ୍କୁ ବିପୁଳ ପ୍ରଶଂସା ଜଣାଇଥିଲେ । ପରିଷଦର ପ୍ରତିଷ୍ଠାତା ଆଇନଜୀବୀ ରାଜକିଶୋର ଜେନା ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ମୁଖ୍ୟ ଅତିଥି ଶ୍ରୀ ଦାସ ଶିକ୍ଷାବିତ୍ ତଥା ସାମ୍ବାଦିକ ଶିବନାରାୟଣ ପାତ୍ର ଓ ହେଲ୍ପ ଫର୍‌ ୟୁ ସେବା ସଂଗଠନର ସଭାପତି ମନୋଜ କୁମାର ଦାସଙ୍କୁ ସେମାନଙ୍କର ନିରନ୍ତର ସେବା ପାଇଁ ସ୍ୱମର୍ଦ୍ଧିତ କରିଥିଲେ । ସଭା ଶେଷରେ ଓଡ଼ିଶାର ସୁନାମଧନ୍ୟ କୁନି ପ୍ରବଚକ କେଶବ ଦ୍ୱୀତିକୃଷ୍ଣଙ୍କ ପ୍ରବଚନରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନେ ଭାବବିହ୍ୱଳ ହୋଇପଡ଼ିଥିଲେ ।

Leave A Reply

Your email address will not be published.