ରାଉରକେଲା କଲେଜର ୩୮ତମ ବାର୍ଷିକ ଉତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲାର ୩୮ତମ ବାର୍ଷିକୋତ୍ସବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱ, ଛାତ୍ର ସଂସଦର ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ମନୋଜ କୁମାର ଦଳେଇଙ୍କ ଆବାହକତ୍ୱ ତଥା ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି, ରାଉରକେଲାର ରାସ୍ତା ଓ ଗୃହନିର୍ମାଣ ବିଭାଗର ଅଧିକ୍ଷକ ଯନ୍ତ୍ରୀ ଆଲୋକ କୁମାର ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ତନ୍ତୀ ଛାତ୍ରଛାତ୍ରୀଙ୍କୁ ଆର୍ଶିବାଦ ପ୍ରଦାନ କରି କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛାତ୍ର-ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିବା ସହସମସ୍ତ ଛାତ୍ରଛାତ୍ରୀଙ୍କୁ ବିକଶିତ ଭାରତର ଇଞ୍ଜିନ ହେବାପାଇଁ ଆହ୍ୱାନ ଦେଇଥିଲେ । ଏହାସହ ସ୍ୱାଭିମାନୀ , ସ୍ୱାବଲମ୍ବୀ ଭାରତ,ସବୁଜ ଭାରତ , ସ୍ୱଚ୍ଛ ଭାରତ ପାଇଁ ସହଯୋଗୀ ହେବା ସହ ଶିକ୍ଷାର ବିକାଶ ଓ ପଲିଥିନ ବ୍ୟବହାରକୁ ନିଷିଦ୍ଧ କରିବା, ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଶ୍ରୀ ନାଏକ ତାଙ୍କ ବକ୍ତବ୍ୟରେ କହିଲେ ଯେ କଲେଜ ସମୟ ହେଉଛି ଛାତ୍ର-ଛାତ୍ରୀଙ୍କ ପାଇଁ ଏକ ଜଙ୍କସନର ସମୟ । ତେଣୁ ସ୍ଥିରତା ଓ ଭବିଷ୍ୟତ ଗଠନ ପାଇଁ ଏହି ସମୟକୁ ସଠିକ ଉପଯୋଗ କରିବାକୁ ପରାମର୍ଶ ଦେବା ସହ କଲେଜର ଥିବା ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରାରମ୍ଭରେ ଅଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ବୈଦିକ ମନ୍ତ୍ରୋଚ୍ଚାରଣ ସହ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଛାତ୍ରୀ ପୂଜା କୁସୁମ ଏବଂ ସାଥୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରିବା ପରେ ଅଧ୍ୟକ୍ଷ ଡ଼ଃ ଜେନା ସଭାପତିତ୍ୱ ଅଭିଭାଷଣରେ କଲେଜ ତରଫରୁ ଛାତ୍ର ଛାତ୍ରୀଙ୍କ ବୈ।ଦ୍ଧିକ ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ଶିକ୍ଷାକୁ ଗୁରୁତ୍ୱ ଓ ଏଥିରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ଅଧ୍ୟାପକ ଶ୍ରୀ ଦଳେଇ ସଂସଦ ଦ୍ୱାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଓ କଲେଜର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ରଶ୍ମିରଞ୍ଜନ ରାଉତ କଲେଜର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ କଲେଜର କୃତୀ ଶ୍ରେଷ୍ଠ ଛାତ୍ର-ଛାତ୍ରୀ ଅଙ୍କିତା ପଟ୍ଟନାୟକ, ଅନିତା ଜଗଦେବ, ଆଲିଆ ଉଜମା, ଅଞ୍ଜଳି କୁମାରୀ ଠାକୁର, ଚନ୍ଦା ସିଂ, ରଶ୍ମିତା ସିଂ ଓ ଯୁକ୍ତ ଦୁଇ କଳାରେ ଉମି ଆଦିଭା, ବାଣିଜ୍ୟରେ ଅରମାନ ରାଜା, ବିଜ୍ଞାନରେ ସାଇ ପ୍ରଦ୍ୟୁମ୍ନ ସାମଲ, କ୍ରୀଡ଼ାରେ ଗିରିଜା ଶଙ୍କର ସ୍ୱାଇଁଙ୍କୁ ତଥା ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସେହିପରି କଲେଜର ଜଣେ କର୍ମଚାରୀଙ୍କ ଦୁର୍ଘଟଣା ସ୍ଥଳରେ ସାହାଯ୍ୟ ଯୋଗାଇଥିବା ଚାରି ସମାଜସେବୀ ଯୁବ ବନ୍ଧୁ ସୁରଜ୍, ନିପୁଲ, ସଚିନ୍ ଓ ଭାବିସଙ୍କୁ ପୁଷ୍ପଗୁଛ ଦିଆଯାଇ ସମ୍ମାନିତ କରାଯାଇଥିଲା । ଶେଷରେ ଅଧ୍ୟାପକ ତରଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର-ଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅତିଥିମାନଙ୍କୁ ଖୁବ୍ ସ୍ପର୍ଶ କରିଥିଲା । ପୂର୍ବଦିନ ହୋଇଥିବା ନାଟ୍ୟ ପରିଷଦର ଉପସଭାପତି ଅଥ୍ୟପିକା ରଶ୍ମି ପ୍ରଭା ମଥାନଙ୍କ ସଂଯୋଜନାରେ ଆୟୋଜିତ ବାର୍ଷିକ ନାଟ୍ୟୋତ୍ସବରେ ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା, ଡ. ସମର ମୁଦାଲି ମୁଖ୍ୟଅତିଥି, ନାଟ୍ୟକାର ତଥା ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନବୀନ ପରିଡ଼ାଙ୍କ ରଚିତ ତଥା ଅଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ନିର୍ଦ୍ଦେଶିତ ଓ ଛାତ୍ର-ଛାତ୍ରୀଙ୍କ ନ୍ୱାରା ଅଭିନୀତ ନାଟକ “କିନ୍ତୁ ଏକ ଶବ୍ଦ”କୁ ଉପଭୋଗ କରିଥିଲେ । ଏହି ନାଟକରେ ବିଚାରକ ଭାବେ ନାଟ୍ୟ ନିର୍ଦ୍ଦେଶକ ପଞ୍ଚାନନ ପାତ୍ର ଓ ନାଟ୍ୟ ଉପଦେଷ୍ଟା ବିଜୟ କୁମାର ଭୋଳ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱାରା ନାଟକର ଶ୍ରେଷ୍ଠ କଳାକାର ଭାବେ ଗିରିଜା ଶଙ୍କର ସ୍ୱାଇଁ ଏବଂ ଦେବରଶ୍ମି ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉଭୟ କାର୍ଯ୍ୟକ୍ରମରେ କଲେଜର ବରିଷ୍ଠ ଅଧ୍ୟାପିକା ଭାରତୀ ବରୁୱା, ବନ୍ଦନା ସୋରେଙ୍ଗ, ଅଜିତ ବେକ୍, ବୈଜୟନ୍ତୀ ବାରିକ, ଦୀପାଳୀ ପ୍ରଧାନ, ମୌସୁମୀ ଦାସ, ଅଧ୍ୟାପକ ରଞ୍ଜିତ ପ୍ରଧାନ, ଅନୀଲ ରାମ୍, ରାଜକୁମାର ଜେନା, ସ୍ବାତୀସ୍ମିତା ସାହୁ, ଅନାମିକା କୁଲୁ, ଶୁଭଶ୍ରୀ ବାରିକଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.