oom

କେର୍ମେଲାବାହାଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳନ

jsmm
  • ସୁସ୍ଥ ଜୀବନ ବଞ୍ଚିବାକୁ ହେଲେ ଗଛ ଲଗାଇ ଜଙ୍ଗଲକୁ ବଞ୍ଚାଇବାକୁ ପଡିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେର୍ମେଲାବାହାଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ନିଆରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସେଠ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜୀ ୧୯ ସିଆର୍‌ପିଏଫ୍‌ ବାଟାଲିୟନର ରାଜେଶ କୁମାର, ମୁଖ୍ୟବକ୍ତା ଭାବେ ବରଗଡ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ସମ୍ପାଦକ ମିନକେତନ ସାହୁ ସମ୍ମାନିତ ଅତିଥି ଭାବେ ସ୍କୁଲ କମିଟି ଚେୟାରମ୍ୟାନ ଜୟଦେବ ବିଶ୍ୱାଳ ଯୋଗଦେଇ ଅତିଥିମାନେ ମଣିଷକୁ ସୁସ୍ଥ ଭାବରେ ବଂଚିବାକୁ ହେଲେ ଗଛ ଲଗାଇ, ଜଙ୍ଗଲ ସୁରକ୍ଷା ନିହାତି କରିବାକୁ ପଡିବ ବୋଲି ନିଜ ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀମାନେ ଅଁଳା ଗଛ ଲଗାଇ ନିଜେ ଯତ୍ନ ନେବା ପାଇଁ ଶପଥ ନେଇଥିଲେ ଶେଷରେ ଶିକ୍ଷୟିତ୍ରୀ ମଧୁସ୍ମିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.