ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ୭୨ତମ ବନ ମହୋତ୍ସବ ଦେଓଗାଁ ବନାଂଚଳ ବଲାଙ୍ଗିର ବନଖଣ୍ଡ ତରଫରୁ ବିଦ୍ୟାଳୟର ସହଯୋଗରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ର ଓ ଦେଓଗାଁ ବନାଂଚଳ ରେଂଜର ଆଲୋକ କୁମାର ମାଝୀ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ବିଦ୍ୟାଳୟର ବଗିଚାରେ ପିଜୁଳି, ଲେମ୍ବୁ, ସୀତାଫଳ, ଅଁଳା, ପଣସ, ଲଙ୍କାଭେଲୁଆ ଏବଂ ପଡିଆରେ ସାଗୁଆନ ଗଛ ରୋପଣ କରାଯାଇଥିଲା । ଏଥିରେ ବିଦ୍ୟାଳୟ ତରଫରୁ ଅନିଲ କୁମାର ସାହୁ, ଲଲାଟ କେଶରୀ ପଧାନ, କେଦାରନାଥ ସାହୁ, ନିଳାଞ୍ଚଳ କୁଅଁର, ରାଜିନ୍ଦ୍ର କୁଅଁର ଓ ମଦନ ମୋହନ ରଥ ଏବଂ ବନ ବିଭାଗ ତରଫରୁ ଫରେଷ୍ଟର ବାବୁଲାଲ୍ ବାଗ, ମଧୁସୁଦନ ଚାନ୍ଦ, ବିପିନ ବିହାରୀ ଭୋଇ, ନରେନ୍ଦ୍ର କୁମାର ବିଶ୍ୱାଲ, କନକ ଚନ୍ଦନ ବାରିକ, ଦିଲିପ ଭୋଇ, ସୁଜିତ ସାହୁ, ଶରତ ଧରୁଆ ଓ ଅବିଶ କୁମାର ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।