ବଲାଙ୍ଗିର ଜିଲ୍ଲାରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ଜଣେ କରୋନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ୍‌ କରମତଲା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ଜିଲ୍ଲାରେ ୧୪ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଆଜି ପର୍ଯ୍ୟନ୍ତ ୮୮୧୯ ଜଣ କରୋନାରେ ଆକ୍ରାନ୍ତ ହୋଇ ସେମାନଙ୍କ ମଧ୍ୟରୁ ୮୭୬୪ ଜଣ ସୁସ୍ଥ ହୋଇ ସାରିଥିବା ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.