ବଜ୍ରପାତରେ ଜଣେ ମୃତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକରେ ବଜ୍ରପାତ କାରଣରୁ ଜଣକ ମୃତ୍ୟୁ ଘଟିଥିବା ଜଣାପଡିଛି । ଗତକାଲି ସଂନ୍ଧ୍ୟା ସାଢେ ୬ଟା ସମୟରେ ବଜ୍ରପାତ ହେବା କାରଣରୁ ଲୋଇସିଂହାର ଅଲେଖ ମେହେର(୭୦) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ନାରାୟଣ ସାଗରକୁ ଗାଧୋଇବାକୁ ଯାଇଥିବା ବେଳେ ଅଲେଖ ମେହେର ଆଉ ଫେରିନଥିଲେ । ବଜ୍ରପାତ ଯୋଗୁଁ ପୋଖରୀ ହୁଡାରେ ଟଳି ପଡିଥିଲେ । ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି ।

Leave A Reply

Your email address will not be published.