ଛତ୍ରପୁର ସର୍କିଟ ହାଉସ ଠାରେ ଶୁକ୍ରବାର ଗଞ୍ଜାମ ଜିଲ୍ଲା ଓଏଏସ ସଂଘ ବୈଠକ ବସିଲା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ପକ୍ଷରୁ ୧୫୦ ଅତିରିକ୍ତ ସଚିବ ଓ ୧୧୦ ଯୁଗ୍ମ ସଚିବ ପଦବୀ ଟେମ୍ପରାରି ଭାବେ କରିବାକୁ ଯାଉଛନ୍ତି । ଏକ ବର୍ଷ ପର୍ୟ୍ୟନ୍ତ ପ୍ରମୋସନ ବନ୍ଦ ରହିବ । ଏହାକୁ ବିରୋଧ କରିଛି ଗଞ୍ଜାମ ଜିଲ୍ଲା ଓଏଏସ ସଂଘ । ଏନେଇ ଶୁକ୍ରବାର ସ୍ଥାନୀୟ ସର୍କିଟ ହାଉସ ଠାରେ ଗଞ୍ଜାମ ଜିଲ୍ଲା ଓଏଏସ ସଂଘର ଏକ ଜରୁରୀ ବୈଠକ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲ। । ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ ପଦବୀ ଟେମ୍ପରାରି ବଦଳରେ ସଚିବ ପଦବୀ (୫ଟି), ସ୍ୱତନ୍ତ୍ର ସଚିବ (୫୦ଟି), ଅତିରିକ୍ତ ସଚିବ (୧୦୦ଟି), ଯୁଗ୍ମ ସଚିବ (୧୦୦ଟି) ଏବଂ ଅନୁ ସୂଚିତ ସଚିବ (୫୦ଟି) ବୃଦ୍ଧି ପାଇଁ ଦାବୀ କରାଯାଇଛି । ଏହାସହ ଓଏଏସ ମାନଙ୍କ ହେଲଥ୍ କାର୍ଡ କରିବା ସମେତ ବିଭିନ୍ନ ଦାବୀ ସଂପର୍କରେ ଆଲୋଚନା ହୋଇଥିଲା । ଏସଂକ୍ରାନ୍ତରେ ଜିଲ୍ଲା ଓଏଏସ ସଂଘ ପକ୍ଷରୁ ରାଜ୍ୟ ଓଏଏସ ସଂଘକୁ ମଧ୍ୟ ଅବଗତ କରାଯାଇଛି । ଏହି ଆଲୋଚନା ବୈଠକରେ ଅତିରିକ୍ତ ଜିଲ୍ଲପାଳ (ରାଜସ୍ୱ) ଅମୀୟ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଜିଏମ ଡିଆଇସି ଅନାମ ଚରଣ ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ଦାଶ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡଃ.ଦିବ୍ୟ ଲୋଚନ ମହନ୍ତ, ଡେପୁଟି କଲେକ୍ଟର ଡଃ. ବିିଜୟାନନ୍ଦ ସେଠୀ ଓ ସିଗ୍ଧାରାଣୀ ଧଳ, ଛତ୍ରପୁର ବିଡିଓ ତଥା ସଂଘର ଜିଲ୍ଲା ସମ୍ପାଦକ ଅମ୍ବିକା ପ୍ରସାଦ ଦାଶ, ବ୍ରହ୍ମପୁର ମହାନଗର ନୀଗମର ଡେପୁଟି କମିସନର ଆଶୁ ତୋଷ ସାମଲ, ବ୍ରହ୍ମପୁର ତହସିଲଦାର ସିପକ କୁମାର ପାତ୍ର , ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଓ କୁକୁଡାଖଣ୍ଡି ତହସିଲଦାର ଇପସିତା ପ୍ରିୟଦର୍ଶନୀ ମିଶ୍ରଙ୍କ ସମେତ ସଂଘର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଗତ ୨୫ତାରିଖ ଦିନ ସମ୍ବଲପୁର ଜିଲ୍ଲାର ଝାରବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁନୁ ଲାକ୍ରାଙ୍କ ହୃଦଘାତ ବିୟୋଗ ଘଟିଥିଲ। । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସଂଘ ପକ୍ଷରୁ ପ୍ରାରମ୍ଭରେ ଦୁଇଟି ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲ। ।

Leave A Reply

Your email address will not be published.