centurian jitm

ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ବୈଠକ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ ଜୁବୁଲିର ଏକ ପ୍ରସ୍ତୁତି ବୈଠକ ଉପସଭାପତି ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଡ.ବିରଞ୍ଚି ସାହୁ ଜୁବୁଲି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ ଏବଂ ବିଭିନ୍ନ ବିଭାଗରେ ଉତ୍କର୍ଷ କରିଥିବା ଛାତ୍ରଛାତ୍ରୀମାନଙ୍କର ନାମ ସଂଗ୍ରହ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଅନ୍ୟତମ ଉପ ସଭାପତି ଜୟ ନାରାୟଣ ତ୍ରିପାଠୀ ଉପରୋକ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ଫେଲିସିଏସନ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଉକ୍ତ ବୈଠକରେ ବିଭିନ୍ନ ବେଚରୁ ଏବଂ ସୋଭିନିଅର ଏଡ ପାଇଁ ମୋଟ ଅଠାଅଶି ହଜାର ଧନରାଶି ସଂଗୃହୀତ ହୋଇଥିଲା । ଆସନ୍ତା ଶନିବାର ଦିନ ତା ୧୧/୧୨ ଦିନ ପୁରାତନ ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ହାଇସ୍କୁଲ ପରିସରରେ ଅନୁଷ୍ଠିତ କରିବା ପାଇଁ ସ୍ଥିର ହୋଇଛି । ଉକ୍ତ ବୈଠକରେ ଯୋଗଦାନ କରିଥିବା ବିଶିଷ୍ଟ ପୁରାତନ ଛାତ୍ର ମଧ୍ୟରେ ସହ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ, ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥୀ, ଶ୍ୟାମସୁନ୍ଦର ସାହୁ, ଜିତେନ୍ଦ୍ରନାଥ ଗୁରୁ, ଡ.ଲଳିତେନ୍ଦୁ ନାୟକ, ଚନ୍ଦ୍ରଭାନୁ ପୁରୋହିତ, ଭାରତ ପଣ୍ତା, ଅରବିନ୍ଦ ପାଣିଗ୍ରାହୀ, ରାଜେଶ କୁମାର ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରି ସଭା ଶେଷ ହୋଇଥିଲା ।

Leave A Reply

Your email address will not be published.